*ଏହା କି ବଡ଼ କଥା*
ରଞ୍ଜନ କୁମାର ଵ୍ରହ୍ମା , ଶିକ୍ଷକ
ଜୀବନ ଦେଖିଛି
ବଡ଼ ଭୟଙ୍କର
ମରୁଡି ବେଳରେ
ଜୀଇଁଛେ ଏକା ।
ସୁନାମି ଆସୁଛି
ମୁଣ୍ଡ ଉପରକୁ
ତଥାପି ନୋଇଁନୁ
ଆମରି ମଥା ।।
କରୋନା ତାହାର
ଦିହକୁ ଘଷୁଛି
ନାହିଁ ଭୟ ଆମ
ତିଳେ ସେଇଠି ।
ସତର୍କ ଆମର
ଅଡୁଆ ତା ପାଇଁ
ଭାବୁଛି ସେ ଯିବ
ଆଉ କୋଉଠି ।।
ଭୂମିକମ୍ପ ଆମ
ପାଦତଳେ ଅଛି
ଚାଲିବା ଛାଡିନୁ
ନ କରି ଭୟ ।
ଅଂଶୁଘାତ ଡର
ଯୁଗେଯୁଗେ ଅଛି
ମୁଣ୍ଡର ଠେକାରେ
ଆମେ ନିର୍ଭୟ ।।
ରୋଗବ୍ୟାଧି ସବୁ
ଆମ ସହଚର
ଆମରି ଘରେ
ତାଙ୍କରି ଘର ।
ବାତ୍ୟା ମହାବାତ୍ୟା
ଆମ ସଖା ଭଳି
ପ୍ରତିବର୍ଷ ଆସେ
ଥରକୁ ଥର ।।
ଆମ ଉଠା ବସା
ସେମାନଙ୍କ କୋଳେ
ସମ୍ପର୍କରେ ସବୁ
ଖୁବ୍ ନିଜର ।
ପ୍ରକୃତିର ଦାନ
ଆମେରେ ସଭିଏଁ
ମାନ ରଖି ଯିବା
ନିଜ ନିଜର ।।
ଆସିଅଛେ ଏକା
ଯିବା ଏକା ଏକା
ଯିବେ ନାହିଁ କେହି
କାହାରି ସଙ୍ଗେ ।
କାହିଁ ରାଗରୁଷା
ଗର୍ବ ଅଣଦେଖା
ସବୁ କ୍ଷଣସ୍ଥାୟୀ
ଜୀବନ ରଙ୍ଗେ ।।
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ – ୯୪୩୭୮୫୮୭୮୮
wonderful article, i love it