July 04, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

*ମୋ ଜୀବନ କାହାଣୀ -ଗୌରୀ ବେହେରା*

 

     ମୋ ଜୀବନ କାହାଣୀ

********************

ଶୁଣ ଶୁଣ ଗୋ ବନ୍ଧୁ ବାନ୍ଧବୀ ମୋର

ଜନମ କଥା କହିବି ଏବେ ମୋହର

ମାଲକାନଗିରି ଜିଲ୍ଲାର ମାଥିଲି

ଗ୍ରାମରେ ଜନମ ମୋର ଗୋ ଜାଣ

ଗୁରୁନାଥ ବେହେରା ମୋହର ପିତା

ରାଧା ଅଟଇ ମାଆ ମୋହର ଜାଣ

୧୯୮୯ ମସିହା ଏପ୍ରିଲ୍ ୩ ତାରିଖ

ପଞ୍ଚମ ଗର୍ଭରୁ ଯାତ ମୋହର

ଗୌରୀ ନାମ ଯେ ଅଟଇ ମୋର

ଅତି ଗେଲି ଝିଅ ମୁଁ ରାଧା ମାଁ ର ।

ପ୍ରଥମ ରୁ ଦ୍ଵାଦଶ ପାଠ ପଢିଲି ସେଠି

ସାଙ୍ଗସାଥୀ ସହ ମିଶି କଲି ଯେ ଖଟି

ଦ୍ଵାଦଶ ପରେ ଗଲି ମୁଁ ଚିତ୍ରକୋଣ୍ଡା କୁ

ତାଲିମ ନେଲି ମୁଁ ଶିକ୍ଷକ ହେବାକୁ ।

ଦେଖୁଦେଖୁ ବୟସ କୋଡ଼ିଏ ହେଲା

ଘର ଲୋକଙ୍କର ମୁଣ୍ଡବ୍ୟଥା ବଢିଲା ।

କିଏ ହେବ ଝିଅର ଯେ ଜୀବନ ସାଥି

ତାହା ଭାବି ବାପା ମାଁର ନିଦ ଉଡ଼ିଲା ।

ଯୋଗକୁ ଗୋଟିଏ ପ୍ରସ୍ତାବ ଆସିଲା ଜାଣ

ପାରଳାଖେମୁଣ୍ଡିରେ ପୁଅର ଘରଟି ଜାଣ

ଜବାହାରଲାଲ ଅଟଇ ନାମ ତାଙ୍କର

ପେଶାରେ ସେ ଜଣେ ପଶୁ ଡାକ୍ତର

ଦେଖିବାକୁ ଲାଗେ ସେ ଅତି ସୁନ୍ଦର

ଚିନ୍ତା ନ କରି ରାଜି ହେଲେ ସଭିଏଁ

ହାତକୁ ଦିହାତ କରି ସେ ମୁକ୍ତି ହୋଇବେ ।

୨୦୧୦ ମସିହା ମେ ୩୦ ତାରିଖ ଦିନ

ବିବାହ ବନ୍ଧନେ ବାନ୍ଧି ହୋଇଲି ମୁହିଁ

ନୂଆ ଦୁନିଆରେ ପାଦ ଥାପିଲି ଯାଇ

ଭୟଭୀତ ହୋଇ ସଦା ରହିଲି ମୁହିଁ ।

ସଂସାର ପାଠଟା ମୋ ପାଇଁ ଅସହ୍ୟ ହେଲା

ବାହୁନି ବାହୁନି ଏ ଗୌରୀ କେତେ କାନ୍ଦିଲା

ହେଲେ ସ୍ବାମୀ ସଦା ମୋ ପାଶେ ରହିଲେ

ସ୍ନେହର ଡୋରୀରେ ସେ ମୋତେ ବାନ୍ଧିଲେ

ଧିରେ ଧିରେ ମୁହିଁ ପଡ଼ିଲି ତାଙ୍କ ପ୍ରେମରେ

ନୂଆ ପ୍ରେମ ରଙ୍ଗ ଲାଗିଲା ମୋର ଦେହରେ

କେତେ ମିଠା କଥା କାନେ କହିଲେ ମୋତେ

ତୋର ବିନା ମୋ ଜୀବନ ଅଧାଲୋ ସତେ

ଜୀବନଗାଡ଼ି ଚାଲିଲା ମୋର ସୁରୁଖୁରୁରେ

ଖୁସିର ଦିବସ ଆସିଲା ୨୦୧୧ ରେ

ଚାକିରୀ ପାଇଲି ମୁଁ ଯେ ମାର୍ଚ୍ଚ ମାସରେ

କନ୍ୟାଟିଏ ଜନ୍ମ ହୋଇଲା ନଭେମ୍ବର ରେ

ମୋ ସ୍ବାମୀଙ୍କ ଖୁସି ଯେ କହିଲେ ନସରେ

ଘର ଘର ବୁଲି ବାଣ୍ଟିଲେ ମିଠା ଗାଁ ରେ ।

ଦେଖୁ ଦେଖୁ ଦିନ ବିତିଲା ଆସିଲା ୨୦୧୨

ଘୋର ଅନ୍ଧକାର ଆସିଲା ଜୀବନେ ମୋର

ଖୁସିର ସଂସାରେ ଲାଗିଲା ଯମର ନଜର

ଅକ୍ଟୋବର ୭ ତାରିଖ ଥିଲା ସେଦିନ

ଝାଡ଼ା ବାନ୍ତି ଜ୍ଵର ହୋଇଲା ସ୍ୱାମୀକୁ ମୋର

ଆଠ ତାରିଖରେ ହୋଇଲା ତାଙ୍କ ମରଣ

ତିରିଶି ବରଷର ଭେଣ୍ଡାକୁ ନେଲା ଯେ ଯମ

ଚଡ଼କ ପଡ଼ିଲା ଜୀବନେ ଏକି ଦଶା ଯେ ହେଲା

ଏଗାର ମାସର ଛୁଆ ଯେ ବାପ ଛଅଣ୍ଡ ହେଲା

ତେଇଶି ବରଷେ ମୁହିଁ ଯେ ବାଲ୍ୟ ବିଧବା ହେଲି

ସମାଜ ଆଗରେ ମୁହିଁ ଯେ ଘୃଣ୍ୟ ପାତ୍ର ହୋଇଲି

ହଜାର ଲୋକ କହିଲେ ମୋତେ ହଜାରେ କଥା

କେତେ ନିନ୍ଦା ଅପବାଦ ଶୁଣି ଯେ ମୁଁ ପଥର ହେଲି

ବାପାମାଆ ମନ ବ୍ୟାକୁଳ ହେଲେ ମୋ ପାଇଁ

ଏକି ଦଇବ କୋଲୁରେ ବୋଲି କାନ୍ଦିଲେ ମୋ ପାଇଁ

ଛୋଟିଆ ଛୁଆକୁ ଧରିକି ଡେଇଁବି ପାଣିରେ ମୁହିଁ

ଆଉ କେତବେଳେ ଭାବିଲି ବିଷ ପିଇବି ମୁହିଁ

କେତେ ଆତ୍ମହତ୍ୟା କଥା ଯେ ମନେ ଆସିଲା

ହେଲେ ମୋ କାଳିଆ ଠାକୁର ସାହାରା ହେଲା

କହିଲେ ସପନେ ଆସି ଯେ ମୁ ଅଛି ସାଥିରେ

ତୁମେ ଦୁଇ ଜଣ ବଞ୍ଚିବ ମୋହରି ପାଇଁ

ଦୁନିଆ କଥା ମନରେ କେବେ ଭାବିବୁ ନାହିଁ

ଏଡୋକ ବୋକୋଟେ ଛୁଆଟେ କି ପାପ କଲା

ବାପାମାଆ ଛଅଣ୍ଡ କାହିଁକି ହେବ ସେ ପିଲା

ହୃଦୟକୁ ତୋର ପଥର କର ଲୋ ଗୋଉରୀ

ସ୍ବାମୀ ବିଚ୍ଛେଦକୁ ସମ୍ଭାଳି ହେବୁ ସଂସାର ପାରୀ

ଆଖିର ଲୁହକୁ ମୁଁ ନିଜେ ନିଜେ ପୋଛିଲି

କଳା କହ୍ନେଇ ପାଖରେ ନିଜକୁ ସମର୍ପି ଦେଲି

କେତେ ଯେ ଲୁହୋ ବୋହିଛି ତାଙ୍କ ପାଦରେ

ତଥାପି ସାହାରା ଦେଇଛି ମୋ କାଳିଆ କାହ୍ନୁ

ଦେଖୁ ଦେଖୁ ଦଶ ବରଷ ବିତିଗଲାଣି ଏବେ

ଜୀବନ ଗାଡ଼ି ମୋ ଚାଲିଛି କୃଷ୍ଣ ଅଛି ପାଖେ

ବତିଶି ଯାଇ ଏବେ ତେତିଶି ବରଷ ହେଲା

ଦେଖୁ ଦେଖୁ ଜୀବନ ମୋର ଅଧା ସରିଲା

ମାଆ ଝିଅ ବାକି ଜୀବନ ଖୁସିରେ ରହିବା ପାଇଁ

ସଭୀଙ୍କ ଆଶିଷ ମାଗୁଛି ଦୁଇ ହାତକୁ ଯୋଡ଼ି

🙏🏻🙏🏻🙏🏻🙏🏻🙏🏻🙏🏻🙏🏻

*******************

ଗୌରୀ ବେହେରା

 148 total views,  1 views today

Leave a Reply

Your email address will not be published.

+ two = seven