**ମୋ ଓଡ଼ିଶା**
ସନାତନ ମହାକୁଡ
*************
ସାଢେ଼ ଚାରିକୋଟି ଓଡ଼ିଆ ମୂଲକ
ନାମ ଓଡ଼ିଶା ପ୍ରଦେଶ
ଜଗତର ନାଥ ଜଗନ୍ନାଥ ପ୍ରଭୁ
ଅଟନ୍ତି ତାହାର ଈଶ । (୧)
ରାଇଜ-ବାସୀଙ୍କ ଭାଷା ଯେ ଓଡ଼ିଆ
କଳା ସଂସ୍କୃତିରେ ଭରା
ଓଡିଶୀର ନୃତ୍ୟ ଓଡ଼ିଆ ସଙ୍ଗୀତ
ପ୍ରସିଦ୍ଧ ଜଗତ ସାରା । (୨)
କଳିଙ୍ଗ ବୀରଙ୍କ ରକତରେ ଗଢା
ଏଇ ରାଇଜ ଉତ୍କଳ
ଗୁମ୍ଫା ମନ୍ଦିରରେ ସୁସଜ୍ଜିତ ଅଟେ
ଉତ୍କଳ କଳା କୈାଶଳ । (୩)
ଓଡ଼ିଆ ସହିଦ ତ୍ୟାଗର ମନ୍ତ୍ର
ଲିପିବଦ୍ଧ ଇତିହାସେ
ସାଧବ ପୁଅର ବାଣିଜ୍ୟ ସଂପର୍କ
ସୁପ୍ରସିଦ୍ଧ ସାରା ବିଶ୍ଵେ । (୪)
ପଞ୍ଚସଖା ମଧୁ ଗୋପବନ୍ଧୁ ଆଦି
ମହାପୁରୁଷଙ୍କ କଥା
ଶିଖାଇଛି ଯାହା କାଳ କାଟିବାକୁ
ସଦା ଉଚ୍ଚାକରି ମଥା । (୫)
ପ୍ରକୃତି ଦେଇଛି ନଦୀ ପରବତ
ଖଣିଜ ଜଙ୍ଗଲ କ୍ଷେତ
ଦୁର୍ବିପାକ ସହି ଭାଙ୍ଗି ଯାଇ ନାହିଁ
କେବେ ଓଡ଼ିଆ ପୁଅ ତ ! (୬)
ଦେଶ ବିଦେଶରେ ଓଡିଆଙ୍କ ଆଜି
ରହିଛି ବହୁ ଆଦର
ଶିଳ୍ପ ସାହିତ୍ୟ କଳା କାରିଗର
ସବୁଥିରେ ପରିବାର । (୭)
ରାସ୍ତା ଘାଟ ଆଉ କୋଠାବାଡ଼ି ଲାଗି
ଗଛ ସଂଖ୍ୟା ଗଲା କମି
ଜନସଂଖ୍ୟା ବଡ଼ ସମସ୍ୟା ହେଲାଣି
ହଜିଯାଏ ଚାଷ ଜମି । (୮)
ନାହାଁନ୍ତି ଶିକ୍ଷକ ଯେତେ ଆବଶ୍ୟକ
ପଢୁଛନ୍ତି ପିଲେ ପାଠ
ଚିକିତ୍ସାଳୟରେ ଚିକିତ୍ସକ ନାହିଁ
ଗଡୁ ଅଛି ଖାଲି ଖଟ । (୯)
ଆଜି ବି ଓଡ଼ିଆ ଦାଦନ ଖଟନ୍ତି
ଯାଇ ସୁରାଟ କାଶ୍ମୀର
ଶିକ୍ଷା ସ୍ବାସ୍ଥ୍ୟ କଥା ବୁଝିବା ପାଇଁକି
ନାହିଁ ସମୟ କାହାର । (୧୦)
****************