April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଜୀବନ ସାଥି – ପ୍ରସନ୍ନ କୁମାର ମେହେର*

ଜୀବନ ସାଥି

*********************

   ପ୍ରସନ୍ନ କୁମାର ମେହେର

 

ମନର ମାନସୀ ପ୍ରୀତିର ପ୍ରେୟସୀ

ଆହେ ମୋର ପ୍ରିୟତମା

ସପନ ରୂପସୀ ସରଗ ଉର୍ବସୀ

ପ୍ରଣୟର ଅନୁପମା ।

ଷୋଳଟି ଫଗୁଣ ଚୋରା ଚଇତିର

ପ୍ରୀତି ର ଅଭିସାରିକା

ମୃଦୁ ମଳୟ ର ଶୀତଳ ସମୀର

ମୋ ସପନର ନାୟିକା ।

ମୋ ଆଖିରେତୁହିତୋଆଖିରେମୁହି

ହୃଦ କଥା ଅନୁଭବି

ଚକ୍ଷୁ ପଟ୍ଟଳର ଅନ୍ତଃ ଦୃଷ୍ଟି ଭେଦ

ଉଦ୍ଭାସିତ ପ୍ରତିଛବି ।

ମୃଦୁ ମୃଦୁ ହସ ଅପରୂପ ହାସ

ପୀରତିର ଅଭିଳାଷ

ପ୍ରୀତି ର ଜୁଆର ମନେଉଙ୍କି ମାରେ

ଅନ୍ତରର ମଧୁବାସ ।

ସାତ ଜନମର ସାଥି ମୋର ତୁମେ

ରହିଛ ରହିବ ଏକା

କଥା ଦେଉଅଛି ହାତେ ହାତ ଛନ୍ଦି

ଜୀବନ ସାଥି ନାୟିକା ।

ଆଖି ତୁମ କହେ ହୃଦୟର ଭାଷା

ବାହୁ ବନ୍ଧନ ନିରେଖି

ଦାମ୍ପତ୍ୟ ଜୀବନ ସୁଖି ଦମ୍ପତି ର

ସୁହାଗ ସିନ୍ଦୂର ସାକ୍ଷୀ ।

ତୁମେ ମୋ ନୟନା ପ୍ରୀତିରଲଳନା

ସତ୍ୟବତୀ ରାଜଜେମା

ବିରହ ରାଘବ ଝୁରି ମରେ ସଦା

ବଞ୍ଚି ପାରିବ ନି ଜମା ।

~~~~~~~~~~~~~~

 609 total views,  1 views today

Leave a Reply

Your email address will not be published. Required fields are marked *