🤘ବନ୍ଦିନୀ ମୁଁ ନିରମାଖି🤘
##############
ହଜାରେ ହୁର୍-ଦୟ ଭାଙ୍ଗିବାର ଏଠି
ଅଛି ମୁଁ ଯେ ମୂକସାକ୍ଷୀ
ମୋ ହୁର୍-ଦୟ କେହି ଭାଙ୍ଗିବା ଆଗରୁ
ନିଜକୁ ଦେଇଛି ରୋକି।
ଦୂର ଦିଗ୍-ବଳୟ ନୀଡ଼ ଉହାଡ଼ରେ
ମୁଁ ଏକ ଉଡ଼ନ୍ତା ପକ୍ଷୀ
କାହା ଅନ୍ବେଷଣେ ସଦା ଅବିରତ
ଥାଏ ମୋର ଦୁଇ ଆଖି।
ପଥିକ ପରାୟ ପଥ ପ୍ରାନ୍ତରରେ
ଯେବେ ଦିଏ ପାଦ ରଖି
ପଥଭ୍ରଷ୍ଟ ଚିତ୍ତ କବଳିତ କରି
ପାରେ ନୂଆ ଦିଶା ଦେଖି।
ଚଞ୍ଚଳ ମନ ଅବିଶ୍ରାନ୍ତ ପ୍ରାଣେ
ବନ୍ଦିନୀ ମୁଁ ନିରମାଖି
ବିଷାଦର ଛାଇ ତିଳେମାତ୍ର ନାହିଁ
ମୁଁ ଯେ ଆଜୀବନ ସୁଖି।
ଚିନ୍ମୟୀ ହୋତା
1,423 total views, 1 views today
The watch is very good and the customer service attitude is very good