କବିତା କବିତା
•••••••••••••••••••••••
କବିତା ନୁହଇଁ ବନ୍ଧୁ ଶବ୍ଦ ସାଙ୍ଗେ ଶବ୍ଦ ଦେଲେ ଯୋଡି
ଶବ୍ଦରେ ଶବ୍ଦକୁ ଗୁଣି ବା ଶବ୍ଦରୁ ଶବ୍ଦ ଦେଲେ ଫେଡ଼ି.
କବିତା ହୁଏନି ବାନ୍ଧି ବନ୍ଧନୀରେ ବର୍ଗ ବା କୁଟିଳ
କବିତାର ସଂଖ୍ୟା ନୁହଁ ସରଳ ଯୌଗିକ ବା ଜଟିଳ.
କବିତା ହୁଏନି ବନ୍ଧୁ ଆକାଶରେ ରଙ୍ଗ ଦେଲେ ଫେଣ୍ଟି
ବାଣ୍ଟିଦେଲେ ଭାବନାକୁ କବିତା ହୋଇଯାଏନି ଖାଣ୍ଟି.
କବିତା ତ ହୁଏ ଗଢି ହାଡ଼ରୁ ରକତ ଗଲେ ଫୁଟି
ଛାତିରୁ ଉଠିଲେ ‘ଉଃ’, ‘ଆଃ’ ଶୁଭେ କବିତାରୁ ଉଠି.
ଭାବକୁ ଅନୁଭବରେ ଗୁନ୍ଥି ଗୁନ୍ଥି କବିତା ବଢଇ
ମନ୍ଥି ମନ୍ଥି ଦୁଃଖସୁଖ ଜୀବନର ଶିଢ଼ି ସେ ଚଢଇ.
ଲୁହ ଖାଲି ଗଡାଇଲେ ହୁଏନାହିଁ ଲୁହର କବିତା
ଯେମିତି ଶାମୁକା ଦେହେ ସବୁ ବିନ୍ଦୁ ହୁଏନି ମୁକୁତା.
କବିତା ତ ଛଳଛଳ ନିଷ୍କପଟ ତଟିନୀର ଧାର
କବିତା ତ ଚିନ୍ତନକୁ ଚିରୁଥିବା ଚେତନାର ତୀର.
କବିତା ତ ସେଇ ତାରା ସୂର୍ଯ୍ୟୋଦୟ ଯାଏଁ ଯେ ଶୋଏନି
କବିତା ତ ସମ୍ଭାବନା ନୈରାଶ୍ୟର ଗୀତ ସେ ଗାଏନି.
ଛନ୍ଦ, ପାଦ, ଯତିପାତ, ରାଗ, ଶୈଳୀ, ଅଳଙ୍କାର ତୁଚ୍ଛ
ହିଲ୍ଲୋଳଟି ନ ଉଠିଲେ ହୃଦୟରେ କବିତା ତ ମିଛ.
କବିତା ନିର୍ମାଣ ପାଇଁ ଲୋଡ଼ାନାହିଁ ଜ୍ଞାନ, ବୁଦ୍ଧିମତ୍ତା
ସରଳ ମନର ଭାଷା ତରଳିଲେ ହୁଅଇ କବିତା.
ଆସ କବିତାର ଟିକି ଡେଣା ଦେହେ ଉଡିବା ଗଗନେ
କବିତାମୟ କରିବା ସଂସାରକୁ ସୁନ୍ଦର ସ୍ୱପନେ.
••••••••••••••••
ବସନ୍ତ ବେହେରା
What’s up, yup this piece of writing is actually good and I have learnedlot of things from it regarding blogging. thanks.
wall street journal ivermectin ivermectin toxicity humans
This was an outstanding article. I really liked it. I’ll return to see more. Thank you .