February 05, 2023
11 11 11 AM
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
Latest Post
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ 

*କବିତା କବିତା – ବସନ୍ତ ବେହେରା*

        କବିତା କବିତା

•••••••••••••••••••••••

କବିତା ନୁହଇଁ ବନ୍ଧୁ ଶବ୍ଦ ସାଙ୍ଗେ ଶବ୍ଦ ଦେଲେ ଯୋଡି

ଶବ୍ଦରେ ଶବ୍ଦକୁ ଗୁଣି ବା ଶବ୍ଦରୁ ଶବ୍ଦ ଦେଲେ ଫେଡ଼ି.

 

କବିତା ହୁଏନି ବାନ୍ଧି ବନ୍ଧନୀରେ ବର୍ଗ ବା କୁଟିଳ

କବିତାର ସଂଖ୍ୟା ନୁହଁ ସରଳ ଯୌଗିକ ବା ଜଟିଳ.

 

କବିତା ହୁଏନି ବନ୍ଧୁ ଆକାଶରେ ରଙ୍ଗ ଦେଲେ ଫେଣ୍ଟି

ବାଣ୍ଟିଦେଲେ ଭାବନାକୁ କବିତା ହୋଇଯାଏନି ଖାଣ୍ଟି.

 

କବିତା ତ ହୁଏ ଗଢି ହାଡ଼ରୁ ରକତ ଗଲେ ଫୁଟି

ଛାତିରୁ ଉଠିଲେ ‘ଉଃ’, ‘ଆଃ’ ଶୁଭେ କବିତାରୁ ଉଠି.

 

ଭାବକୁ ଅନୁଭବରେ ଗୁନ୍ଥି ଗୁନ୍ଥି କବିତା ବଢଇ

ମନ୍ଥି ମନ୍ଥି ଦୁଃଖସୁଖ ଜୀବନର ଶିଢ଼ି ସେ ଚଢଇ.

 

ଲୁହ ଖାଲି ଗଡାଇଲେ ହୁଏନାହିଁ ଲୁହର କବିତା

ଯେମିତି ଶାମୁକା ଦେହେ ସବୁ ବିନ୍ଦୁ ହୁଏନି ମୁକୁତା.

 

କବିତା ତ ଛଳଛଳ ନିଷ୍କପଟ ତଟିନୀର ଧାର

କବିତା ତ ଚିନ୍ତନକୁ ଚିରୁଥିବା ଚେତନାର ତୀର.

 

କବିତା ତ ସେଇ ତାରା ସୂର୍ଯ୍ୟୋଦୟ ଯାଏଁ ଯେ ଶୋଏନି

କବିତା ତ ସମ୍ଭାବନା ନୈରାଶ୍ୟର ଗୀତ ସେ ଗାଏନି.

 

ଛନ୍ଦ, ପାଦ, ଯତିପାତ, ରାଗ, ଶୈଳୀ, ଅଳଙ୍କାର ତୁଚ୍ଛ

ହିଲ୍ଲୋଳଟି ନ ଉଠିଲେ ହୃଦୟରେ କବିତା ତ ମିଛ.

 

କବିତା ନିର୍ମାଣ ପାଇଁ ଲୋଡ଼ାନାହିଁ ଜ୍ଞାନ, ବୁଦ୍ଧିମତ୍ତା

ସରଳ ମନର ଭାଷା ତରଳିଲେ ହୁଅଇ କବିତା.

 

ଆସ କବିତାର ଟିକି ଡେଣା ଦେହେ ଉଡିବା ଗଗନେ

କବିତାମୟ କରିବା ସଂସାରକୁ ସୁନ୍ଦର ସ୍ୱପନେ.

••••••••••••••••

ବସନ୍ତ ବେହେରା 

 

 397 total views,  1 views today

3 thoughts on “*କବିତା କବିତା – ବସନ୍ତ ବେହେରା*

Leave a Reply

Your email address will not be published. Required fields are marked *