*ଦାୟିତ୍ୱ*
••••••••
ବନଲତା ଜାଲି
ଜୀବନରେ ମୂଲ୍ୟବୋଧର ସ୍ବରୂପ
କର୍ତ୍ତବ୍ୟର ଏକ ଅଙ୍ଗ
ସବୁ ମୁହୂର୍ତ୍ତରେ ଦାୟିତ୍ୱର ସଂଜ୍ଞା
ଶୃଙ୍ଖଳାର ମୁଖ୍ୟ ସଙ୍ଗ ।।
ପ୍ରତ୍ୟେକ କାର୍ଯ୍ୟରେ ନିୟମ କାନୁନ୍
ଏଥିରେ ପର୍ଯ୍ୟବେଶିତ
ନିଷ୍ଠାର ସହିତ କଲେ ସମ୍ପାଦନ
ହୁଏ ସେତ ସୁସଞ୍ଜତ ।।
ସୁଯୋଗ୍ଯ ସନ୍ତାନ ଗଠନ କ୍ଷେତ୍ରରେ
ପିତାମାତାଙ୍କ ଗୁରୁତ୍ୱ
ସାମାଜିକତା ଓ ନୈତିକତା କ୍ଷେତ୍ରେ
କରାନ୍ତି ଅନୁପ୍ରାଣିତ ।।
ଉତ୍ତମ ଚରିତ୍ର ଗଢିବା ପାଇଁକି
ଗୁରୁ ସର୍ବଦା ଚେଷ୍ଟିତ
ଜ୍ଞାନ,ବିଦ୍ଯା,ବୁଦ୍ଧି,ସୁଶିକ୍ଷା ଦେଇଣ
କରିଥାନ୍ତି ପ୍ରତିଷ୍ଠିତ ।।
ଦେଶ ଅଖଣ୍ଡତା,ସାର୍ବଭୌମତାକୁ
ରକ୍ଷା କରେ ନାଗରିକ
ସମାଜ ସେବାରେ ବ୍ରତୀ ହୋଇ ନର
ହୋଇଥାଏ ସଂଗଠକ ।।
ସବୁ କାର୍ଯ୍ୟକ୍ରମେ ରହିଲେ ଦାୟିତ୍ୱ
କାର୍ଯ୍ଯ ହୁଅଇ ସୁବିଧା
ସମସ୍ଯା ଆସେନି ଜୀବନପଥରେ
ହଟିଯାଏ ବିଘ୍ନ,ବାଧା ।।
ପରିସୀମା ତା’ର ଅନେକ ବିସ୍ତୃତ
ସୁରକ୍ଷାର ସେ ବଳୟ
ଶୃଙ୍ଖଳିତ ଧାରା ,ସହଜ,ସୁଗମ
କର୍ମ ହୁଏ ମଧୁମୟ ।।
ଅଧ୍ୟବସାୟ ଓ ଉଦ୍ ଯୋଗ ବଳରେ
ନିଷ୍ଠାରେ କରିଲେ କର୍ମ
ବ୍ଯବସ୍ଥିତ ଭାବେ କାର୍ଯ୍ୟ ସମାପନ
ଦାୟିତ୍ୱର ଅନ୍ଯ ନାମ ।।
*******”””””******
ବନଲତା ଜାଲି