କବିତା – ଋତୁରାଜ ବସନ୍ତ
ଋତୁରାଜ ବସନ୍ତ ଯେ ମରତ ରେ ଆସିଲା
ମହମହ ବାସନାରେ
ଚଉଦିଗ ବାସିଲା।।୦।।
ମୃଦୁ ମନ୍ଦ ମଳୟ ଯେ
ଧୀରେ ଧୀରେ ବହିଲା
ତନୁ ମନ ଶିହରାଇ
ଉଲ୍ଲାସ ଯେ ଭରିଲା ।୧।
ତରୁରାଜି ପଲ୍ଲବିତ
ନବ ପତ୍ରେ ସୁଶୋଭିତ
ଆମ୍ର ବୃକ୍ଷେ କୋକିଳ ଯେ
କୁହୁକୁହୁ ରାବିଲା । ୨।
ଚଉଦିଗେ ଶୋଭାରାଣୀ
ସୁଷମାର ମଞ୍ଜି ବୁଣି
ଉପୁଜାଇ ନାନା ପୁଷ୍ପ
ସୁବାସ ଯେ ଭରି ଲା ।୩
କାମିନୀ କେତକୀ ଯୁଇ
ମଲ୍ଲୀ ଫୁଟି ବାସୁଥାଇ
ପ୍ରଜାପତି ମଧୂମକ୍ଷି
ଫୁଲେ ଫୁଲେ ଉଡ଼ିଲା ।୪
ନର ପଶୁ ପକ୍ଷୀ ଦେହେ
ନବ ଉନ୍ମାଦନା ଶୋହେ
ସବୁରି ପ୍ରଣରେ ଏବେ
ଆନନ୍ଦ ଯେ ଖେଳିଲା ।୫
ଋତୁରାଜ ବସନ୍ତ ଯେ …..
************
ଜୟପୁର, କୋରାପୁଟ ।
598 total views, 4 views today
zithromax buying zithromax online prescription