July 28, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ଶାନ୍ତି — ନଳିନୀ କାନ୍ତ ପାଢ଼ୀ*

ଶାନ୍ତି
——–
ଦିନରାତି ଏଠି ସେଠି
କଣ ଖୋଜିଚାଲିଛ
ନଈ ପଠାରେ, ସମୁଦ୍ରରେ
ବନ ଉପବନରେ,
ଯମୁନା କୂଳରେ,
ମନ୍ଦିରରେ ,ମସଜିଦରେ, ଗୀର୍ଜାରେ
ଖୋଜି ଚାଲିଛ ଅହରହ??

ସହର ଆଜି
ଭୟଭରା ନଗ୍ନ ଉପତ୍ୟକ।,
ରାଜନୀତି ଆଜି ବାଘପଞ୍ଝା,
ଘରଦ୍ୱାର ସବୁ ଲୋଭଗ୍ରସ୍ତ
ବହୁ ଭୋଗବାଦ ଭରା ।।

ଏକାକୀତ୍ୱର
ମାୟା ମାଲିକାନା ପାଇଁ
ଯେମିତି ସଭିଏଁ ବାଇ
ଧ।ବମାନ କ୍ଷମତାର
ଅନ୍ଧାର ଗଳିରେ
କରୋନାର କରାଳ
ଭୟାତୁର ରୂପମୟ
ଚେତନା ଭିତରେ,
ପରମାଣୁ ଅସ୍ତ୍ରଧରି
ସୀମାହୀନ
ସୀମା ଅତିକ୍ରମି
କଣ ଯେ–
ଚାଲିଅଛ ଖୋଜି ଅହରହ
ଅଶାନ୍ତ ସାଗରେ
ଟଳମଳ ତରଣୀକୁ ଧରି ??

ଜୀବନ ଦୁର୍ବିସହ,
ପ୍ରଜ୍ଞା ଆଜି ଭୁଲୁଣ୍ଠିତ,
ସଭ୍ୟତାର ଅନ୍ଧ।ର ଅରଣ୍ୟେ
ସବୁଠି ଖାଲି
ଲୋଭ ଭୋଗଵାଦ।।

ଝଲମଲ ପ୍ରହେଳିକାମୟ
ଏଇ ଧରାପରେ
କଣ ଖୋଜିଚାଲିଛ ଅହରହ
ଦିନରାତି କରି ଏକାକାର,
ଜୀବନର ମୂଲ୍ୟବୋଧ
ଅବା ପ୍ରକୃତିର ଭାବମୟ
ସଂଗୀତ ଝଙ୍କାର??

ନା, ପାଇବ ବା କାହୁଁ ??

ସେ ତ ଲୁଚିଅଛି
ଦୂରେ, ବହୁ ଦୂରେ
କଳ୍ପନାର ସପନ ସହରେ
ଆଉ ନୟନରୁ ଅବ।ରିତ
ଅଶ୍ରୁ ଝରେ, ଖାଲି ଅଶ୍ରୁ ଝରେ !!

ଏବେ,
ଆଉ ଏଠି ସେଠି ଖୋଜିବ।ର
ନାହିଁ ପ୍ରୟୋଜନ
ନିଜ ନୟନକୁ ଫେଡ଼ି ଦେଖ,
କିପରି ଲୁଚିଅଛି ତୁମରି ଭିତରେ
ଆଉ ,ତୁମେ ତୁମ
ମଥାରେ ଗାମୁଛା ବାନ୍ଧି
ଖୋଜୁଥିଲ ଦିନରାତି ଏକାକରି
ଭ୍ରମର ସହରେ ??

ଦେଖ,ଯାହାକୁ ଖୋଜୁଥିଲ
ଏତେକାଳ ଧରି
କିପରି ଲୁଚି ଅଛି
ତୁମ ନୈସର୍ଗିକ ଭାବମୟ
ମନ ବୃନ୍ଦାବନେ,
ସୁନା ଫରୁଆରେ। ।।

ଦେଖ, ଏବେ ବିଶ୍ୱ କିପରି
ପାଲଟି ଯାଇଛି
ଭାଇ ବନ୍ଧୁ କୁଟୁମ୍ବର
ସତୀର୍ଥ ସହର

ଦେଖ, କିପରି ଯୋଡିଯାଇଛି
ଏକ ପ୍ରେମମୟ
ସମ୍ପର୍କର ଡୋର ।।

ନଳିନୀ କାନ୍ତ ପାଢ଼ୀ
9777514576

 278 total views,  1 views today

Leave a Reply

Your email address will not be published. Required fields are marked *