*ଆମେ ବାଲେଶ୍ୱରିଆ*
ଏଇ ଆମ
ସ୍ୱାଭିମାନର ମାନଚିତ୍ର
ଗୋଟିଏ ଶାବ୍ଦିକ ଅଭିଧାନର ସୀମାରେଖା
“ଆମେ ବାଲେଶ୍ୱରିଆ ”
ହଁ ହଁ ଆମେ ବାଲେଶ୍ୱରିଆ
ଯେଉଁଠି
କିସ ,କେହ୍ନେ ,ଖାଇତେ,ଯାଇତେର
ସଂକେତ ସବୁ ଆମ ପରିଚୟ ,
ଆମ କଥା ଭିତରେ ହସ
ଗୋଟି ଗୋଟି ଚିହ୍ନ ବର୍ଣ୍ଣ ….ll
ଆମ ମାଟିପୁଅ ତ
ହାଡଭଙ୍ଗା ପରିଶ୍ରମର ଅସ୍ତ୍ର ଧରେ
ଧାନ ,ପାନ ,ମୀନର ମହାନତାରେ
ପେଟର ଷଡଯନ୍ତ୍ର ଯେଉଁଠି
ମୁଢି ଆଳୁଦମ ସୁଆଦରେ
ହାର ମାନିଯାଏ …………..ll
ସେଇଠି
ସୁନେଲି ସ୍ବପ୍ନର ସଂକଳନରେ
ପୂର୍ଣ୍ଣ ହୁଏ ଅଭିପ୍ସାର
ଅମରତ୍ୱ କବିତା ….
ଯେଉଁ ଫକୀରାର କବିତା ପାଇଁ
ଆମ ଭାଷା ଆଜି ଗର୍ବିତ
ଚିର ବନ୍ଦନାର ସ୍ମରଣିକା
ହଁ ହଁ ଆମେ ବାଲେଶ୍ୱରିଆ
ହଁ ହଁ ଆମେ ବାଲେଶ୍ୱରିଆ ….ll
*ନବ କୁମାର ଦାସ*
*ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
💝💝💝💝💝💝💝💝💝