**ଭସାମେଘ**
।।ଜାନକୀ ମହାନ୍ତ।।
ନୀଳ ଅମ୍ବରର ଭସାମେଘ ମୋର ଶୁଭ୍ରକାନ୍ତି ସ୍ୱଳ୍ପାୟୁଷ
ଯିବୁ ଭାସିଭାସି ଗୋଲାପ ଯେ ହସି ପ୍ରିୟକୁ ଦେବୁ ସନ୍ଦେଶ ।
ଆହେଭସାମେଘ ଅମୂଲ୍ୟଅମୋଘ ତୋଆଗମନେକାନନେ
ପାଦପ ପଲ୍ଲବ ତରୁଲତା ଦୁବ ପଶୁପକ୍ଷୀ ନାଚେ ବନେ,
ତୋତେଦେଖି ଶିଖି ନାଚେପୁଚ୍ଛଟେକି ହୋଇ ପୁଲକିତ ମନେ
ଚାଷୀଭାଇ ପ୍ରୀତେ ଧାଏଁ ଶସ୍ୟକ୍ଷେତେ ପାଇଁ ଯେ’ ବୀଜବପନେ।
ସୀମାରୁ ସୈନିକ ପଠାଇଛି ଦେଖ ବାର୍ତ୍ତା ବାରିଦ ହାତରେ
ଲୁହଭିଜା ଚିଠି ପ୍ରୀତିଭରା ଭେଟି ଦେଇ ଯିବୁ ଶରଧାରେ,
ମାଆ ପାଇଁ ଦେଶେ ପଠାଏ ସନ୍ଦେଶ ପୁତ୍ର ରହି ବିଦେଶରେ
ଆସୁଅଛି ମୁହିଁ ତୋ କୋଳକୁ ଧାଇଁ ଦିନ ଗଣୁଥା ମାଆ ରେ ।
ବାପାଙ୍କୁ ଦୂରରୁ ପୁତ୍ର ବିଦେଶରୁ ପଠାଏ ଡାଇରୀ କଲମ
ଲେଖନୀର ମୁନେ ଦିବ୍ୟଅସ୍ତ୍ରେ ଦିଅ ବିଶ୍ଵଶାନ୍ତି ବାର୍ତ୍ତା ତୁମ,
ଭସାମେଘ ଦେଖି ଆନନ୍ଦିତ ଆଖି ପୃଥ୍ୱୀନଭ ର ସଙ୍ଗମ
ତୁମ ମଧୁପ୍ରୀତି ମନେପଡ଼େ ସାଥି କାହିଁ ଗଲ ପ୍ରିୟତମ??
ପରଦେଶୀ ମେଘ ପ୍ରବାସୁ ଫେରିଣ ରଚିବ ମଧୁ ଚନ୍ଦ୍ରିକା
ଅଭିମାନିନୀୟା ମାନମୟୀ ପ୍ରିୟା ସ୍ୱ।ଗତେ ଅଭିସାରିକା।
Janaki Mahanta.
(BENGALURU)
Sundargarh.