#ଶାପଗ୍ରସ୍ତ_ଈଶ୍ୱର…
****************
ଆଗେ ଥିଲେ ଏଇ ମାଟିରେ
ଖାଲି ହଜାର ହଜାର ଈଶ୍ବର
ସେମାନେ ଅହର୍ନିଶ ଗଢୁଥିଲେ
ସୂର୍ଯ୍ୟ, ଚନ୍ଦ୍ର, ପର୍ବତ, ଝରଣା, ସ୍ଥାବର
ବୃକ୍ଷ, ଫୁଲ ଓ ଫଳ କେତେ କିସମର ।
ତା’ ପରେ
ଈଶ୍ୱର ଗଢିଲେ ମୋତେ
ନିଜ କାୟାର ଗୋଟିଏ ଅଣୁରେ,
ତୁମକୁ ଗଢିଲେ ସିଏ
ଶ୍ରେଷ୍ଠତମ କାରୁକାର୍ଯ୍ୟରେ…
ତା’ ପରେ କଣ ହେଲା ଜାଣ..?
ମୁଁ ହେଲି ସମ୍ପୂର୍ଣ୍ଣ ତୁମକୁ ଲଭି
ଈଶ୍ବରଙ୍କ ମହନୀୟତାରେ ।
ହଠାତ..!
ରଙ୍ଗମଞ୍ଚର ଯବନିକା ନ’ ପଡୁଣୁ
ଈଶ୍ୱର ମାନେ ଅନ୍ତର୍ଦ୍ଧାନ ହେଲେ
ଛାଡ଼ିଦେଇ ସେମାନଙ୍କ ଅବଶେଷ
କଣ କରନ୍ତି ଏବେ..??
ସେ ସ୍ମୃତିର ଅବଶେଷକୁ ଗୁନ୍ଥି ଦେଇ
ଈଶ୍ୱରଙ୍କୁ ପୁଜିବାକୁ ଗଢ଼ିଲି ମୁଁ କୋଣାର୍କ ।
କଳାର ସେହି ଭାସ୍କର୍ଯ୍ୟ ଗାତ୍ରରେ,
କୋଣ ଅନୁକୋଣେ
ଆଙ୍କି ଦେଲି
ଆମ ଦୁହିଁଙ୍କ ପ୍ରେମର
ଆତ୍ମିକ ଆଦିମ ସମ୍ପର୍କ ।
ହଠାତ…
ଦିନେ ଈଶ୍ୱର ଅନ୍ଧ ହେଲେ..!!
ହେ ନାରୀ…
ତୁମରି ପ୍ରେମରେ..!
ତୁମେ ଅନ୍ତର୍ଦ୍ଧାନ ହେଲ
ଈଶ୍ବରଙ୍କ ସହ
ଆଉ ମୁଁ ହେଲି ପ୍ରତାରିତ
ଈଶ୍ବରଙ୍କ ଛଳନାରେ…।
ଦେଖ ଈଶ୍ୱର !
ଏ ମଣିଷର ଆଖି ଲୁହରେ
ତୁମେ ନିଶ୍ଚୟ ଆଜି ଅପୂଜ୍ୟ ଶାପଗ୍ରସ୍ତ
ଭଗ୍ନ ଆଜି ତୁମ ଦେହାବଶେଷର
ବିଶ୍ୱବିଦିତ କୋଣାର୍କ…।
#ଜ୍ଞାନେନ୍ଦ୍ର ପଣ୍ଡା..✍️