#ଭୋର_ତିନିଟା_ପଇଁଚାଳିଶ -୦୨*
ଭୋର ତିନିଟା ପଇଁଚାଳିଶ ରୁ ଚାରିଟା
ସମୟ ମାତ୍ର ପନ୍ଦର ମିନିଟ
ଏହି ପନ୍ଦର ମିନିଟ ପାଇଁ ତୁମେ ଫିଦିନ ଆସ
ମଧୁପ ଯେସନେ କରିବାକୁ ପ୍ରଣୟ ଗଳପ……
ପନ୍ଦର ମିନିଟ ର ତୁମ ପ୍ରୀତି ସ୍ପର୍ଶ ପାଇ କଟିଯାଏ
ଦିନର ବଳକା ସମୟ ପନ୍ଦର ଘଣ୍ଟା
ଆଉ ବାକି ସମୟତ ଶୋଇରହେ
ଭୋଗିବା କୁ ତୁମ ମିଛି ମିଛିକା ମିଠା ପ୍ରେମ…….
ମୁଁ ବହୁତ ସରଳ ଥିଲି, ହେଲେ ତୁମେ
ମୋତେ ପ୍ରେମାନଳ ର ରଙ୍କା ବନାଇଲ
ବାଧ୍ୟକଲ ପୁଣି କାଟିବାକୁ ଜୀଵନ
ମୀନ ସମ ତୁମ ଯଉବନ ଯମୁନା ନଈରେ…..
ତୁମେତ ଲୁଚିଯାଅ ନିର୍ଦ୍ଧାରିତ ସମୟ ଅବଧି ପରେ
ଛାରପୋକ ସମ ଅସ୍ଥିମଞ୍ଜ କୁ ରୁଟ୍ କିନା ଟୁଙ୍କି ଦେଇ
ସୂର୍ଯ୍ୟୋଦୟ ହେବା ପରେ ପରେ
ଖସିପଡ଼େ ଦେହରୁ ମୋର
ତୁମେ ପିନ୍ଧାଇଥିବା ସେହି ପ୍ରୀତି ବକ୍କଳ….
ତୁମେ କଣ ମୋ ରକ୍ତ ସମ୍ପର୍କ ର କେହି
ନା ଦରଆଉଜା ମନଫାଙ୍କରେ ଦିଶୁଥିବା
ଅନ୍ତରଙ୍ଗ ଆତତାୟୀ ଆବେଗଟିଏ
ଲୁଚିରୁହ ମୋ ଭିତରେ କେଉଁଠି ରାତି ନିଦ ଯିବା ପରେ…..
ତୁମେ ଯିବା ପରେ ପରେ ନା ମୁଁ କାନ୍ଦିପାରେ
ନା ଟିକିଏ ମନଖୋଲା ହସ ହସିପାରେ
ବାସ ଖାଲି ନୀରବତା ରେ
ଆପଣାଇ ନିଏ ରାସ୍ତାକଡ଼ ଜହର …..
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା, ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
675 total views, 1 views today