*ନୂଆଁ କବିତାଟେ ଲେଖିବାପାଇଁ–
ଯୋଉ ଆଖି ଦିନେ ପ୍ରେରଣା ଦିଏ
ଆଖିରେ ଆଖିଏ ଉଷ୍ମତା ଭରି
ଛାତିରେ ବହି ନେବାକୁ
ଲକ୍ଷେ ଆଗ୍ନେୟଗିରିର ଉଦ୍ଗିରଣ..
ଛାଡ଼ି ଚାଲିଯାଏ ପୁଣି
ଆଖି ଆର ପାରି
ମହାଶୁନ୍ୟ ସେ ପାଖ
ଦିଗବଳୟ ଭେଦି
ଉତ୍ତପ୍ତ ଲୁଣା ଜଳରେ
ସ୍ନାନ କରେ ସଦା
ଆଖିର କଜଳ ଧୋଇବା ନେଇ
ନୂଆଁ କବିତା ଟେ ଲେଖିବାପାଇଁ…।
କେହି ଜଣେ ହଜିଯାଏ…
ତେଜିଯାଏ…ରୁଜିଯାଏ…
ସ୍ବପ୍ନ ସବୁର ମାୟା ଘର…
ଆଖି ଖୋଲି ଦେଖିଲେ…
ସାମ୍ନା ରେ ଛିଣ୍ଡା ଛିଣ୍ଡା ଆକାଶ
ଲଙ୍ଗଳା ଅନ୍ତରୀକ୍ଷ, ନିର୍ଦ୍ଦୟ ସକାଳ
ଦେଇଥିବା କଥା ସବୁ
ବୋହି ନିଏ ସମୟର ନଈ..
କନା ପଡେ…କର୍ପୁର ଉଡ଼େ..
କେହି ଜଣେ ଏକା ଛାଡିଯାଏ
ଗୁମୁରି ଗୁମୁରି କାନ୍ଦିବା ପାଇଁ
ନୂଆଁ କବିତା ଟେ ଲେଖିବା ପାଇଁ।
ତଥାପି ଆଶା ରହେ…
ଆଉ ଥରକ ଉଦ୍ୟମ ରେ
ବୋଧେ ଗଢି ହେଇଯିବ ବୁଢିଆଣୀର ବସା
କାଳେ ଫେରିବ ସନ୍ତୁଳନ….କରେ ସିଏ ଆକଳନ
ସାଥିରେ କବିତା…. ସାଥୀର ସେ କଥା
ଜାବୁଡ଼ି ଧରି ଛାତିରେ ବୁଜେ ଆଖି ପତା
ଆଉ କିଛି କ୍ଷଣ ବଞ୍ଚିବା ପାଇଁ..
ନୂଆଁ କବିତା ଟେ ଲେଖିବା ପାଇଁ….
#ସୁପ୍ରଜିତ୍ ସାହୁ
494 total views, 1 views today
It’s appropriate time to make some plans for the future and it’s time
to be happy. I have read your poem dear suprajit and if I could I wish to suggest you some
interesting things or advice. Maybe you can write next articles referring to
this article. I wish to read more things about it!
Thank for sharing your info. I really appreciate your efforts and I
am waiting for your further write ups thank you once again.dear suprajit congratulations.
A heartily thanks to you, sir..
Really, it motivated me.