October 17, 2021
11 11 11 AM
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *
*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*
*ନାରୀ ନାରାୟଣୀ – ସସ୍ମିତା ବେହେରା*
*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ*
*ମା ଦୁର୍ଗା – ସ୍ୱାଗତିକା ସାହୁ*
*ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ*
*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*
*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*
*WORLD OF LOVE-Prof.Dr.Prasana Kumar Dalai*
*ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ*
*ମହାମାୟୀ – ଜଗଦୀଶ ଶତପଥୀ*
*ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ*
*TOGETHER AS ONE-Dr.Prasana Kumar Dalai*
*YOU WILL BE MINE- Dr.Prasana Kumar Dalai*
*ଶରତ ଆସିଛି-ଜଗଦୀଶ ଶତପଥୀ*
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*
*ଧୂସର – ସ୍ରୋତସ୍ବିନୀ ପରିଡା*
*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*
*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*
Latest Post
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା * *ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ* *ନାରୀ ନାରାୟଣୀ – ସସ୍ମିତା ବେହେରା* *ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ* *ମା ଦୁର୍ଗା – ସ୍ୱାଗତିକା ସାହୁ* *ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ* *ନବ ଦୂର୍ଗା – ଶକ୍ତିଦା ବିଷୋୟୀ* *ମାଆ – ଇନ୍ଦୁପ୍ରଭା ବିଶ୍ୱାଳ* *WORLD OF LOVE-Prof.Dr.Prasana Kumar Dalai* *ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ* *ମହାମାୟୀ – ଜଗଦୀଶ ଶତପଥୀ* *ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ* *TOGETHER AS ONE-Dr.Prasana Kumar Dalai* *YOU WILL BE MINE- Dr.Prasana Kumar Dalai* *ଶରତ ଆସିଛି-ଜଗଦୀଶ ଶତପଥୀ* *ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ* *କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ* *ଧୂସର – ସ୍ରୋତସ୍ବିନୀ ପରିଡା* *ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ* *ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

*ବିସ୍ମୟ ଜାଗେ ମନେ–କୈଳାସ ଚ଼ନ୍ଦ୍ର ପାଢ଼ୀ*

।। ବିସ୍ମୟ ଜାଗେ ମନେ ।।
*******************
କୈଳାସ ଚ଼ନ୍ଦ୍ର ପାଢ଼ୀ ।

ଅତୀତକୁ ଆଜି
ଓଲଟି ଚାହିଁଲେ
ଆଖିରେ ଜାଗଇ ଲୁହ,
କି ଥିଲା ଏ ଦେଶ
କି ହେଲାଣି ଆଜ
କିଏସେ କହିବ କୁହ?
ଯେ ଦେଶ ମାଟିରେ
ମହମହ ହୋଇ
ଚ଼ନ୍ଦନ ବାସୁଥିଲା,
ସ୍ନେହ ଓ ପ୍ରେମର
ମନ୍ଦାକିନୀ ଯେ
ଉଲ୍ଲାସେ ଝରୁଥିଲା ।
କେମିତି ବଦଳି ଗଲା ??
ଜଣ ଜଣ କରି
ପଚାରେ ସଭିଙ୍କୁ
କହିବକି କିଏ ଭଲା ।।

ଆଜି ଏ ମାଟିରେ
ଅମୃତ ନାହିଁ
ଭରା ହଳାହଳ ବିଷ,
ବିଷର-ବଳୟେ
ଜଳି ଯାଉଅଛି
ମଣିଷ ଓଠର ହସ ।
ଶକୁନି ରଚ଼ୁଛି
ଷଡ଼ଯନ୍ତ୍ର ଏଠି
ଆତ୍ମୀୟତାର ଛଳେ,
ହୃଦୟ ତଳେ ତା
ଲେଲିହାନ୍ ଶିଖା
ଭୀଷଣୁଁ ଭୀଷଣ ଜଳେ।
ବୁଝିବାକୁ କାହିଁ ବେଳ
ସାରୁ ଭିତରର
ମାରୁ କୁ ଖୋଜିଲେ
ଚାଲିବ ଝିମିଟି ଖେଳ।

ଖେଳ ତ ଚାଲିଛି
ଖେଳ ୱ।ର୍ଡ ଏଠି
ତାଳିକୁ ରହିଛି ଚାହିଁ,
ଦର୍ଶକ ଏଠି
ଭକୁଆ ବନିଛି
ମାୟା ତାର ବୁଝି ନାହିଁ।
ହାରିବା ପାଇଁ ସେ
ନେଇଛି ବଇନା
ଦେଶ ବଦନାମ୍ ହେଉ,
ନିଜେ ଜୀଇଁ ଥିଲେ
ବାପର ନାଁ ତ
ମରୁଛି ଯେ ମରୁଥାଉ।

ସବୁ ଏଠି ଚ଼ାଲେ
ଉପରେ ଉପରେ
ଭିତରକୁ ପଶେ କିଏ,
ବହୁରୂପୀ ତାର
ସାମ୍ରାଜ୍ୟ ରଚ଼ି
ଭଗବାନ ସାଜୁଥାଏ।
ବିସ୍ମୟ ଜାଗେ ମନେ,
ସୁପ୍ତ ଚେତନା
ଜାଗ୍ରତ ହେବ
ଅବା ଆଉ କେତେଦିନେ???
*********************
କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର। ଭଦ୍ରକ।
“”””””””””””””””“”””””””””””””””””””

 252 total views,  1 views today

Leave a Reply

Your email address will not be published. Required fields are marked *