#ଜନମିବି_କାଳେ_କାଳେ
ପଣତରେ ତୋର ଘୋଡ଼େଇଦେ ମାଆ
ଦୁନିଆକୁ ଆଡ଼ କରି
ଦୁଃଖୀ ହୃଦୟର କୋହପୂର୍ଣ୍ଣ କୁମ୍ଭେ
ଆଶ୍ଵାସନା ଯାଉ ଭରି …।
ଆଉଁସି ମଥାକୁ ଶୁଆଇଦେ ଥରେ
ସରଗଟା ମିଳିଯାଉ
ହିମ – ହୃଦୟଟା ତରଳି ନୟନୁ
ନିର୍ଝରିଣୀ ବହୁଥାଉ…।
ଆଉଥରେ ଆସି ପରଷିଦେ ମାଆ
ଶାଗକୁ ଦହି ପଖାଳ
ଜିଇଁ ଯାଇଥିବି ଆଉ କିଛି କ୍ଷଣ
ସରିଯିବ କାଳେ ବେଳ…।
ଆତ୍ମମୟ ଧରା ତୁହି ଦୁଃଖହରା
କୋହର ବାରେଣି ମୋର,
ବାତ୍ସଲ୍ୟ ଠାଣିରେ ଚାହିଁଦେ ‘ ଯେତେ
ଯାତନା ହୋଇବ ଦୂର…।
କୋଟି କୋଟି ଦେବ କରୁଣା ବଳରେ
ଜନମିଛି ତୋ ‘ କୋଳେ
କରୁଣା କରିବୁ ଜନନୀ ତୋ କୋଳେ
ଜନମିବି କାଳେ କାଳେ……।
#ସୁପ୍ରଜିତ୍ ସାହୁ