******* *ସତ୍ୟ ଓ ମିଥ୍ୟା* *******
*************
ସୀମାଞ୍ଚଳ ପଣ୍ଡା
***********
ମିଛ ସତଠାରୁ ଅଧିକ ହେବାରୁ
ପକାଏ ପ୍ରଭାବ ସଂସାରେ ଦେଖ,
ବିଶ୍ୱାସର କଥା ଅବିଶ୍ୱାସେ ବ୍ୟଥା
ସରଜେ ମାନସେ ଭଲେ ପରଖ।
ସତ୍ୟ ବ୍ରତ କରି ବିଶ୍ଵେ ନରନାରୀ
ନର ହୃଦେ ସାର ଆସନ ଲଭେ,
ସତ୍ୟ ପ୍ରିୟ ନର ସର୍ବ ଆପଣାର
ଭାବରେ ଭବରେ ଚଳେ ସରାଗେ,
ସତ୍ୟର ଆଦର କର ନିରନ୍ତର
ମିଛର ଗୁପତ ଗୁଣ ନରଖ,
ମିଛ ସତଠାରୁ ଅଧିକ ହେବାରୁ
ପକାଏ ପ୍ରଭାବ ସଂସାରେ ଦେଖ।
ସତ୍ୟର ସ୍ୱରୂପ ମିଥ୍ୟା ଅନୁରୂପ
ବଦଳି ନଥାଏ ଗୁପତ ପଣେ,
ସର୍ବଦା ବିଶ୍ୱାସ ସମାନ ପ୍ରଶ୍ୱାସ
ଚଳେନା ସେକେବେ ଅସତ ଗୁଣେ।
ମାନବିକ ପଣ ଗୁଣ ଘେନି ଭିନ୍ନ
ଅନନ୍ୟ ସକଳ ବିବିଧ ଗୁଣେ,
ସର୍ବ ବ୍ୟବହାର କର୍ମ କାରବାର
ନ ରହେ ସମାନ ଜୀବ ଲକ୍ଷଣେ,
ସତ୍ୟରେ ବିଶ୍ୱାସ ରହିବ ଅଶେଷ
ଅବିଶ୍ୱାସ ପାପେ ଥାଏ ଅଧିକ,
ବିଶ୍ୱାସର କଥା ଅବିଶ୍ୱାସେ ବ୍ୟଥା
ସରଜେ ମାନସେ ଭଲେ ପରଖ।
ମିଥ୍ୟାତ ଅସୀମ ବଢ଼ଇ ବିଷମ
ଅଳପ ଦିନରେ ବହୁତ କଥା,
ଧୀରେ କରି ଗତି ସତ୍ୟରୁ ସଦ୍ଗତି
ପ୍ରାପତେ ମଣିଷ ହୁଏ ସାମର୍ଥା!
***************************
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪
***************************
527 total views, 2 views today