*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ*
********************
ସୀମାଞ୍ଚଳ ପଣ୍ଡା
***********
ସତ୍ୟ ଅହିଂସାର ଶାନ୍ତି ଶକତିର
ସାହସ ପ୍ରେମର ଵାରତା ଆଣି,
କୋଟି ଜନତାର ଭରିଲ ଅନ୍ତର
ଧନ୍ୟ ହେ ଭାରତ ମଉଡ଼ମଣି।
ହେ ଶାସ୍ତ୍ରୀ ! ତୁମ ଚରଣେ ପ୍ରଣାମ
ଝୁରି ହୁଏ ଆଜି ଭାରତଵାସୀ,
ତୁମ ସ୍ମୃତି ନେଇ ପ୍ରାଣ ତନ୍ତ୍ରେ ଗାଇ
କୋଟି ଜନ ମନ ଉଠଇ ହସି,
ଅଳପକାଳରେ ଉଦ୍-ଯୋଗ ଵଳରେ
ଭାରତର ଟେକ ରଖିଲ ପୁଣି,
ସତ୍ୟ ଅହିଂସାର ଶାନ୍ତି ଶକତିର
ସାହସ ପ୍ରେମର ଵାରତା ଆଣି।
ମାତା ଭରସାରେ ଗୁରୁଙ୍କ ଶିକ୍ଷାରେ
ପିତୃହୀନଦୁଃଖ ଦେଲପାଶୋରି,
ମାତାମହ ସ୍ନେହ ପାଳନେ ଆଗ୍ରହ
ଜ୍ଞାନଵଳେଶାସ୍ତ୍ରୀ ଉପାଧିଧାରୀ।
ଗୁଣରେ ତୁମର ବଢ଼ିଲା ଆଦର
ଜିଣିଲ ହୃଦୟ ହୋଇଲ ମନ୍ତ୍ରୀ,
ଦେଖି ତୁମ ଗୁଣ ବଢ଼ିଲା ଆହ୍ୱାନ
ଦେଶ କରାଇଲା ପ୍ରଧାନମନ୍ତ୍ରୀ,
ଦର୍ଵଳତା ମଣି ପାକିସ୍ତାନ ପୁଣି
ସୀମାନ୍ତେ ମରଣ ଵରିଲା ଜାଣି,
କୋଟି ଜନତାର ଭରିଲ ଅନ୍ତର
ଧନ୍ୟ ହେ ଭାରତ ମଉଡ଼ମଣି।
ଵିଚାର କାଳରେ ତାସ୍ କେଣ୍ଟ ଠାରେ
ପ୍ରାଣ ଦେଲ ହେଲ ଜଗତ ଜିତା,
ଅକ୍ଟୋଵର ଦୁଇ ଜୟନ୍ତୀରେ ଗାଇ
ଉଠଇ ଭାରତ ଵିଜୟ ଗାଥା।
***************
ସୀମାଞ୍ଚଳ ପଣ୍ଡା
149 total views, 1 views today