January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*

*** *ଦୁସ୍ଥ ସମାଜ* ***

                                            ସୀମାଞ୍ଚଳ ପଣ୍ଡା

                                           ***********

ଆଜି ଏ   ସମାଜ   ହରାଇଛି   ତେଜ

ହଜାଇ  ଦେଇଛି  ସରସ ପଣ,

ହୋଇଛି    ଅସୁସ୍ଥ    ରୁଗ୍ଣ   ଜରାଗ୍ରସ୍ଥ

ଦୁସ୍ଥପଣ ମହାମାରୀ  କାରଣ।

 

ପିତା  ମାତା  ଶୂନ୍ୟ ହୋଇଲେ ସନ୍ତାନ

ଜନକଜନନୀ ତେଜିଲେ ପ୍ରାଣ,

ନବ  ଵିଵାହିତା   ହେଲା  ଶୂନ୍ୟ  ମଥା

ଲିଭିଲା  ସିନ୍ଦୁର ଶଙ୍ଖା ବିହୀନ,

କର୍ମ   କାରଵାର   ହେଲା   ନାରଖାର

ଜୀଵିକାଵିହୀନେ ଜୀଵନହୀନ,

ଆଜି  ଏ   ସମାଜ    ହରାଇଛି  ତେଜ

ହଜାଇ  ଦେଇଛି  ସରସ ପଣ।

 

ରାଇଜର   ରାଜା   ପାଳନେ   ପରଜା

ସକଳ  ଶକତି  କରନ୍ତି  ଯୋଗ,

ସଭିଏଁ   ଲଢ଼ିଲେ   ମହାମାରୀ  ତୁଲେ

ତଥାପି   ଶକତି  ହୁଏ   ଅଭାବ,

ଦୁସ୍ଥ    ତାର   ପଣ   ହେବ  ନିବାରଣ

ପ୍ରତିଷେଧ   ପାଇଁ   କରନ୍ତି ରଣ,

ହୋଇଛି    ଅସୁସ୍ଥ    ରୁଗ୍ଣ    ଜରାଗ୍ରସ୍ଥ

ଦୁସ୍ଥ  ପଣ ମହାମାରୀ  କାରଣ।

 

ଦୁସ୍ଥ   ସମାଜରେ   ନଷ୍ଟ   କାରବାରେ

ଅର୍ଥନୀତି  ଆଜି  ପଡ଼ଇ   ବନ୍ଧା,

ସବୁଠି   ଵେକାର   ପଡ଼େ   ହାହାକାର

ଥକିଛି ଜୀଵନ ହୋଇଛି ମାନ୍ଦା।

*****************

ସୀମାଞ୍ଚଳ ପଣ୍ଡା

 263 total views,  2 views today

12 thoughts on “*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*

Leave a Reply

Your email address will not be published. Required fields are marked *