April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଦେବୀ ଦଶ ଭୁଜା- ସ୍ତବକ ଦଶଟି — ବିଶ୍ଵେଶ୍ୱର ମାଝୀ*

            ଦେବୀ ଦଶଭୁଜା-ସ୍ତବକ ଦଶଟି

                  ***************

                         ବିଶ୍ୱେଶ୍ୱର ମାଝୀ 

ଆଶ୍ୱିନର ଶୁକ୍ଳପକ୍ଷ ଧରାବକ୍ଷେ ପର୍ବରାଜ ଦୁର୍ଗାପୂଜା

ମୃଣ୍ମୟୀ ମୂର୍ତ୍ତିରେ ମରତେ ଓହ୍ଲାଇ ଆସ ମାତ ଦଶଭୁଜା।

ଭରିଯାଏ ଶୁଭ୍ର ପବିତ୍ରତା…..

ଯା ଦେବୀ ସର୍ବ ଭୂତେଷୁ ବିଦ୍ୟା ରୂପେଣ ସଂସ୍ଥିତା।୧ା

 

ମହାଳୟା ଠାରୁ ନବରାତ୍ର ପାଳୁ ଗଉରୀ କନ୍ୟା ପୂଜନ

ତୁଷ୍ଟ ହୁଅ ମାତ କନ୍ୟାକୁ ମିଳଇ ଦେବୀର ଦିବ୍ୟ ଆସନ।

କନ୍ୟା ନୁହେଁ ସେତ ଜଗନ୍ମାତା….

ଯା ଦେବୀ ସର୍ବ ଭୂତେଷୁ ଶ୍ରଦ୍ଧା ରୂପେଣ ସଂସ୍ଥିତା।୨ା

 

ଷଷ୍ଠୀ ତିଥିରେ ବିଲ୍ୱବରଣ ସପ୍ତମୀରେ ଚକ୍ଷୁଦାନ

ଅଷ୍ଟମୀରେ ଘେନ ସନ୍ଧିପୂଜା ମାତା ନବମୀରେ ବଳିଦାନ।

ଦଶମୀରେ ବିସର୍ଜନ ଚିତା…..

ଯା ଦେବୀ ସର୍ବ ଭୂତେଷୁ ଜ୍ଞାନ ରୂପେଣ ସଂସ୍ଥିତା।୩ା

 

ଧୂପ ଦୀପ ଘଣ୍ଟ ଘଣ୍ଟା ପୁଷ୍ପାଞ୍ଜଳି ସନ୍ଧ୍ୟା ଆଳତୀର

ଶପ୍ତସତୀ ଚଣ୍ଡୀ ପାଠ ପରିବେଶ କରଇ ଗମ୍ଭୀର।

ଦଶ ମହାବିଦ୍ୟା ଜଗତ୍ତ୍ରାତା…..

ଯା ଦେବୀ ସର୍ବ ଭୂତେଷୁ ଦୟା ରୂପେଣ ସଂସ୍ଥିତା।୪ା

 

ଦୁର୍ଗତି ନାଶିନୀ ଦଶଭୁଜା ଦୁର୍ଗା ଦଶ ପ୍ରହରଣ ହସ୍ତା

ଚଣ୍ଡ ମୁଣ୍ଡ ଶୁମ୍ଭ ନିଶୁମ୍ଭ ମହିଷା ନାଶିଅଛ ଛିନ୍ନମସ୍ତା।

ତୁମ୍ଭେ ପରିତ୍ରାଣକର୍ତା…

ଯା ଦେବୀ ସର୍ବ ଭୁତେଷୁ ଶକ୍ତି ରୂପେଣ ସଂସ୍ଥିତା।୫ା

 

ନରମୁଣ୍ଡମାଳି କାଳୀ ଉଗ୍ରରୂପେ ସଂହାରରେ ହେଲ ରତ

ଦେବଗଣ ଶାନ୍ତ କରି ନପାରିଲେ ହେଲେ ସବୁ ଭୀତତ୍ରସ୍ତ।

ସଦାଶିବ ମୋହିଲେ କୋପିତା …

ଯା ଦେବୀ ସର୍ବ ଭୂତେଷୁ ଶ୍ରଦ୍ଧା ରୂପେଣ ସଂସ୍ଥିତା।୬ା

 

ରାବଣକୁ ବଧ କରିବାକୁ ଶ୍ରୀରାମ ପୂଜିଲେ ମାତା

ଅଷ୍ଟଶତ ପଦ୍ମ ପୁରଣ ନୋହିଲା ହରିଲ ବିଚିତ୍ର ଦାତା !

କମଳ ନୟନ ବାର୍ତ୍ତା….

ଯା ଦେବୀ ସର୍ବ ଭୁତେଷୁ କର୍ମ ରୂପେଣ ସଂସ୍ଥିତା।୭ା

 

ଶାରଦୀୟ ପରିବେଶ ଚଣ୍ଡୀପାଠ ମହା ମନ୍ତ୍ରେ ମୁଗ୍ଧ ଶ୍ରୋତା

ଶୈଳପୁତ୍ରୀ ବ୍ରହ୍ମଚାରିଣୀ କୁଷ୍ମାଣ୍ଡା ଚନ୍ଦ୍ରଘଣ୍ଟା ସ୍କନ୍ଦମାତା।

ଭବାନୀ ଶିବାନୀ ମାତା….

ଯା ଦେବୀ ସର୍ବ ଭୁତେଷୁ ଭକ୍ତି ରୂପେଣ ସଂସ୍ଥିତା।୮ା

 

କାତ୍ୟାୟନୀ କାଳରାତ୍ରୀ ମହାଗୌରୀ ସିଦ୍ଧିଦାତ୍ରୀ ଜଗନ୍ମାତା

ନବରାତ୍ର ପୂଜା ବାଳିକା କନ୍ୟାର ଗଉରୀ ରୂପେ ପୂଜିତା।

ମାତୃ ପୁଜନ ସଂହିତା….

ଯା ଦେବୀ ସର୍ବ ଭୁତେଷୁ ବ୍ରତ ରୂପେଣ ସଂସ୍ଥିତା।୯ା

 

ଉତ୍କଳ ପ୍ରଦେଶେ ଷୋଡଶ ଦିବସ ପୂଜାବିଧି ଘେନ ମାତା

ମୂଳାଷ୍ଟମୀ ଠାରୁ ଦେବୀ ମନ୍ଦିରରେ ଭକ୍ତି ନିରାଜନା ଗାଥା।

ଅବତରି ଆସ ମାତା…

ଯା ଦେବୀ ସର୍ବ ଭୂତେଷୁ ଶାନ୍ତି ରୂପେଣ ସଂସ୍ଥିତା।୧୦ା

           ****************

                 ବିଶ୍ୱେଶ୍ୱର ମାଝୀ 

Loading

8 thoughts on “*ଦେବୀ ଦଶ ଭୁଜା- ସ୍ତବକ ଦଶଟି — ବିଶ୍ଵେଶ୍ୱର ମାଝୀ*

  1. Howdy! Would you mind if I share your blog with my facebook group? There’s a lot of folks that I think would really enjoy your content. Please let me know. Cheers

  2. I will right away grasp your rss feed as I can’t to find your email subscription link ore-newsletter service. Do you’ve any? Please allow me recognize in orderthat I could subscribe. Thanks.

Leave a Reply to more info Cancel reply

Your email address will not be published. Required fields are marked *