🌳 *ଜଙ୍ଗଲ ସେ ତ ପ୍ରକୃତି କନ୍ୟା* 🌳
🌱🌱🌱🌱🌱🌱🌱🌱🌱
ପ୍ରକୃତି କୋଳରେ ଜନ୍ମିଲା ଯେବେ ରାଜକୁମାରୀ,
ଚତୁର୍ଦ୍ଦିଗେ ଖେଳି ଉଠିଲା ହସ,ଖୁସି ଲହରୀ |
ଖିଲିଖିଲି ହସ ଝରିଲା ତା’ର ନାଲି ଅଧରୁ,
ପାସୋରିଲେ ଦୁଃଖ ଆଦିତ୍ୟ ତାକୁ ଦେଖି ନଭରୁ |
ଆଶିଷ କିରଣ ଢାଳିଲେ ତା’ର କୁନି ମଥାରେ,
ଖୁସି ହୋଇ ନାଚି ଉଠିଲା ସିଏ ମନ୍ଦ ସମୀରେ |
ବରଷି ଉଠିଲା ଜୀମୂତ ଦେଖି ତାହାର ଛଇ,
ଧିରେଧିରେ ବଢ଼ି ଚାଲିଲା ସବୁ ଆଶିଷ ପାଇ |
ଅଙ୍ଗେ ଅଙ୍ଗେ ଢେଉ ଖେଳିଲା ତା’ର ବୟସ ବନ୍ୟା,
‘ଜଙ୍ଗଲ’ ତାହାର ନାଁ ଟି ସେ ଯେ ପ୍ରକୃତି କନ୍ୟା |
ନାନା ଉପାଦେୟ ଦରବ ଫଳ,ପୁଷ୍ପ,ଓଷଦ,
କାଠ,ଝୁଣା,ଲାଖ,ବରଷା, ଅମ୍ଳଜାନ ସଂପଦ |
ଦେଇ ନିରନ୍ତର ପାଳୁଛି ନିଜେ ସାଜି ଜନନୀ,
ଚାଲ ମିଶି ରକ୍ଷା କରିବା ସବୁଜିମା ବନାନୀ |
🌱🌱🌱🌱🌱🌱🌱🌱🌱
ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା,ବାଙ୍କୀ,କଟକ
Thank you so much for your kind wishes and Appreciation ….. Have a great day ❣️
Thank you for the good writeup. It actually was once a amusement
account it. Glance complex to more introduced agreeable from you!
By the way, how can we communicate?