🌱🌱ଜଙ୍ଗଲ ସେତ ପ୍ରକୃତି କନ୍ୟା
( ରାଗ – ଚକ୍ରକେଳି )
ପ୍ରକୃତି ରାଣୀର ଜଙ୍ଗଲ କନ୍ୟା
ରୂପ ଗୁଣେ ସିଏ ଅଟେ ଅନନ୍ୟା ।।୧।।
ସବୁଜ ବସନେ ତା କଳେବର
ଦିଶୁଥାଏ ସିଏ କି ମନୋହର ।।୨।।
ଜଙ୍ଗଲ ପ୍ରେମରେ ହୋଇଣ ମଦ
ଧରା ବକ୍ଷେ ଅବତରେ ବଉଦ ।।୩।।
ନାନା ଆଭୂଷଣେ ଭରା ଶରୀର
ଝୁଣା ମହୁ ଲାଖ କାଠ ଟସର ।।୪।।
ଯଉବନେ ରୂପ ଅତି ଲାବଣ୍ୟ
ଫୁଲ ଫଳେ ଭରିଥାଏ ଅରଣ୍ୟ ।।୫।
ତାହାରି ରୂପରେ ମୋହିତ ସର୍ବେ
ଉପଭୋଗ କରି ବଞ୍ଚନ୍ତି ଜୀବେ ।।୬।।
ଅମ୍ଳଜାନ ଦେଇ ରଖେ ଜୀବନ
ନବୁଝି ମାନବ କରେ ଶ୍ରୀହୀନ ।। ୭।।
ଡମ୍ବରୁଧର ଦାଶ
କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର