କବିତା=ଅଲୋଡ଼ା
ସ୍ୱାର୍ଥ ସରିଗଲେ କିଏ ବା କାହାର,
ମିଛ ମୋହ ମାୟାର ଏହି ସଂସାର ।
ଝରଇ ଝରାଫୁଲ ଅଲୋଡ଼ା ହୋଇ,
ଝରାଫୁଲ ବିଭୁ ଶିରେ ନ ଶୋଭଇ ।୧।
ଅଲୋଡ଼ା ଜନ୍ମରୁ ଶ୍ମଶାନ ତୁଳସୀ,
ବେଦନା ଲୁଚାଇ ଦେଉଥାଏ ହସି ।
ସଂପର୍କ ମିଛ ସ୍ନେହ ଶରଧା ମିଛ,
ଫଳ ସରିଗଲେ ପର ହୁଅଇ ଗଛ ।୨।
ହସ ବୁଣିଦିଏ ଓଠ କିଆରିରେ,
ଦୁଃଖ ଲୁଚାଏ ତା’ ଚିରା ପଣତରେ ।
ନିଜେ ଉପାସେ ରହି ସିଏ ଖୁଆଏ ,
ସେ ସନ୍ତାନ ବଡ଼ ହୋଇ ଭୁଲିଯାଏ ।୩।
ସେ ମା’ର ପଣତ ଅଲୋଡ଼ା ହୁଅଇ ,
ବିଳାସ ବ୍ୟସନେ ସନ୍ତାନ ରହଇ ।
ବିଲାତି କୁକୁର କୋଳରେ ଶୁଅଇ,
ଜନ୍ମଦାତ୍ରୀ ମାଆ କୁଟୀରେ କାନ୍ଦଇ ।୪।
କଂସାରି ହାତେ ବୁଢ଼ୀ ଗାଈକୁ ବିକି ,
କି ଲାଭ ମନ୍ଦିରରେ ଧର୍ମ କରିକି ?
ଅଲୋଡ଼ା ଭାବି ବୃଦ୍ଧା ବାପାମାଆଙ୍କୁ,
ସ୍ବର୍ଣ୍ଣ ଦାନ କାହିଁ କର ଭିକ୍ଷୁକକୁ ?।୫।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଚିଲିକା ନୋଡାଲ ହାଇସ୍କୁଲ ପୁରୀ
I took it for a few days to evaluate, it’s good, the style is beautiful, the time is accurate, and I suggest buying if you want
The fabric of the clothes is very thin, very soft, and very comfortable, just put on the sleeves. When the home wear is very good, the color is also good.