ସୋହମ୍
“””””””””””””
ଡଃ. ଉମେଶ ଚନ୍ଦ୍ର ମହାପାତ୍ର
****************************
ସ୍ଵପ୍ନ
ଭାତରେ
ହାତରେ
ପ୍ରଭାତରେ ।
ଆସ
ଅଦଳବଦଳ କରିବା
ପରସ୍ପର ର ମୃତ୍ଯୁ ।
ସ୍ବପ୍ନ
ତୁମେ ଶୋଇଥିବା
ମୋର ନିଦରେ
ପାଦରେ
ଲୁଚକାଳି ଖେଳୁଥିବା
ବଉଦରେ ।
ଆସ ଅଦଳବଦଳ କରିବା
ପରସ୍ପର ର ମୃତ୍ଯୁ ।
ତୁମେ ଯଦି
ବାହାର କରିଦେଇ ପାରିବ
ତୁମ ଛାତିରୁ ଇଟା ଓ
ମୁଁ ମୋର
ରକ୍ତରୁ ପଥର
ଆମେ ନିଜେ ସ୍ବପ୍ନ ହୋଇଯିବା ।
ଆସ ଅଦଳବଦଳ କରିବା
ପରସ୍ପର ର ଜୀବନ ।
ଜୀବନ
ଗତିରେ
ରାତିରେ
ବିସ୍ମୃତିରେ ।
ଆସ ଆମେ
ପରସ୍ପର କୁ
ଅଦଳବଦଳ କରିବା ।
ଆମେ ଏବେ ଶୁଆଶାରୀ
ତୁମେ ଖାଇବ
ଫାଳେ ଆକାଶ
ମୁଁ ଖାଇବି ଫାଳେ
ଆମେ ଛାଡି ପଳେଇବା
ଦେବାଳିଆ ଆୟୁଷର ଘର
ଯେଉଁଠି
ଚାହିଁଲେ ବି
ହୋଇପାରିବନି
ଆଉ କିଛି ଚୋରୀ ।
ଏଥର ସବୁକିଛି
କରିପାରିବା ଅଦଳବଦଳ
ଦୁହେଁ ଦୁହିଙ୍କୁ
ସ୍ବପ୍ନ ମୃତ୍ୟୁ ଓ ଜୀବନ ।
ଏବେ ତୁମେ ନିଆଁ
ମୁଁ ଦହନ
ମୁଁ ଛାତି
ତୁମେ ସ୍ପନ୍ଦନ
ଛିଣ୍ଡି ଯାଉଥିବା
ପଘାର କାବ୍ଯରେ
ଆମେ ଦୁହେଁ ଏବେ
ଆତ୍ମା ପାଇଁ ଆତ୍ମାର
ଅମୃତ ସୃଜନ ।।
**************
ଡଃ ଉମେଶ ଚନ୍ଦ୍ର ମହାପାତ୍ର
201 total views, 1 views today