ବିଶ୍ୱ ବିଜୟୀ ତପସ୍ୱୀ
🌺🌻🌸🏵️🌹🌷🌼🌹
(ଜୟନ୍ତୀ ଉପଲକ୍ଷେ ବିନମ୍ର ଶ୍ରଦ୍ଧାଞ୍ଜଳି)
ଶାନ୍ତିର ବାର୍ତ୍ତା ବିଶ୍ୱେ ପ୍ରଚାରୀ
ଜିଣିଛ କୋଟି ହୃଦୟ
ଯାବତ ଚନ୍ଦ୍ରାର୍କେ ଚିର ଅମଳିନ
ହେବନି କେବେ ବିଲୟ
ଆହେ ଚିର ଆୟୁଷ୍ମାନ
ପାର୍ଥିବ ଜଗତେ ତୁମ ଗୁଣ ଆଜି
ଜିଣିଅଛି କୋଟି ମନ।
ହେ ଚିର ତପସ୍ୱୀ ଗୋଟିଏ ବାକ୍ୟରେ
ଜିଣିଲ କୋଟି ହୃଦୟ
ପଶ୍ଚିମ ଆକାଶେ ତୁମରି ମହିମା
ହୋଇଛି ମହିମାମୟ
ସତ୍ୟ ଆଲୋକ ର ପଥ
ମାଟିର ସରଗେ ଫୁଟାଇଛ ଫୁଲ
ପୁରାଇଛ ମନୋରଥ ।
===============
ପ୍ରତାପ କିଶୋର ରାଉତ
ତେନ୍ତୁଳିପଦି,ହାଟଡ଼ିହି,କେନ୍ଦୁଝର
205 total views, 1 views today