ବିଶ୍ଵ ବିଜୟୀ
ଯୁବସମାଜର ପଥପ୍ରଦର୍ଶକ
ତ୍ୟାଗୀ ଓ ସନ୍ନ୍ୟାସୀ ,ଋଷି
ବିଶ୍ଵ ଜୀବନକୁ ପ୍ରଭାବିତ କଲା
ତୁମରି ଜୀବନୀ ବେଶୀ ।
ପ୍ରାଚ୍ୟ,ପାଶ୍ଚାତ୍ୟର ମଧ୍ୟରେ ପାର୍ଥକ୍ୟ ତୁମେତ ପାରିନା ଦେଖି
ଆମ ସଂସ୍କୃତିର ଧାରା ଆମପାଇଁ
ଇତିହାସ ଯାଏ ଲେଖି ।
ବ୍ରହ୍ମଚର୍ଯ୍ୟ ପାଳି ସାଧନା ମାର୍ଗରେ
ଆଧ୍ୟାତ୍ମିକ ଜ୍ଞାନଲଭି
କାଳଜୟୀ ହେଲ ମୃତ୍ୟୁକୁ ଜିଣିଲ
ତୁମେ ଭାରତର ରବି ।
ତୁମବାଣୀ ଥିଲା ଉଚ୍ଚଅଭିଳାଷ
ଉଚ୍ଚସ୍ଥାନ ଦେଇଥାଏ
ଦୃଢ଼ମନା ବ୍ୟକ୍ତି ଇଚ୍ଛାଶକ୍ତି ପାଇଁ
ସଫଳତା ପାଇଥାଏ ।
ଈଶ୍ୱର ନାହାନ୍ତି ମନ୍ଦିର ମଠରେ
ମଣିଷ ଦେହରେ ବ୍ରହ୍ମ
ଅଜ୍ଞ ସ୍ଵଭାବକୁ ଯୁକ୍ତିବଳେ ତୁମେ
ହରେଇଛ କହିମର୍ମ ।
ଅଭାବରେ ତୁମେ ସାଧନାରେ ବ୍ରତୀ
ଦାରିଦ୍ର୍ୟ କବଳେ ପଡି
ସ୍ୱାଭିମାନ କେବେ ଫିଙ୍ଗି ଦେଇନାହଁ
ମନ ହୃଦୟରୁ କାଢି ।
ଆଧ୍ୟାତ୍ମିକ ଭାବ ସତ୍ୟ ଓ ପବିତ୍ର
ଏହାବିନା କିଛିକାହିଁ ?
ଜ୍ଞାନ,ବିଜ୍ଞାନର ଅଗ୍ରଗତି ପଥେ
ତୁମର ତୁଳନା ନାହିଁ ।
ଦେହଆଉ ମନ ସୁସ୍ଥହେଲେ ଯାଇ
ବିକାଶ ହୋଇବ ଦେଶେ
ଯୁବ ସମାଜର ଉଚ୍ଚ ଚିନ୍ତାଧାରା
ପ୍ରଗତିର ଆଶାଦିଶେ ।
ଆତ୍ମ ସଂଜମରୁ ଆଧ୍ୟାତ୍ମିକ ଭାବ
ସମାଜକୁ କରେ ସୁସ୍ଥ
ଯୁବ ସମାଜର ଦୃଢ଼ ମନୋବଳେ
ଦୁର୍ଦ୍ଦଶା ହୋଇବ ଅସ୍ତ ।
ନରରୂପୀ ପରା ନାରାୟଣ ସେବା
ଜୀବନରେ ଶ୍ରେଷ୍ଠକର୍ମ
ଭୋକିଲା ମୁହଁରେ ଆହାର ପ୍ରଦାନ
ପ୍ରକୃତ ମାନବ ଧର୍ମ ।।
🌷🌷🌷🌷🌷🌷🌷
ସୁଜାତା ରାଉତ ଓରାସାହି, ଚାନ୍ଦବାଲି , ଭଦ୍ରକ
243 total views, 1 views today