October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଋତୁ ରାଣୀ – ପ୍ରତାପ କିଶୋର ରାଉତ*

           *🌹ଋତୁ ରାଣୀ🌹*

             ——————–

         *ପ୍ରତାପ କିଶୋର ରାଉତ*

🌹🥀🌷🌺🌻💐🌸

 

ଋତୁ ରାଣୀ!

ବର୍ଣ୍ଣ ବିଭା ର ଚାତୁରି

ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ

ତୁମ ଆଗମନେ କାଶତଣ୍ଡି ଚାମର ହଲାଏ

ସରସୀ ର କାଚକେନ୍ଦୁ ପାଣିରେ

ନୀଳ ଆକାଶ ପ୍ରତିବିମ୍ବିତ,

 

ଜୋଛନା ର ପରଶ ରେ ଦିଗାଙ୍ଗନା

ଗାଉଛନ୍ତି ଆଗମନୀ ର ଆବାହନୀ ସଙ୍ଗୀତ

ନିଶୀଥ ରେ କୁମୁଦିନୀ ଗାଉଅଛି

ପ୍ରଣୟ ର ଅନ୍ତାକ୍ଷରୀ ବିଭୋର ମନ ରେ

ସାଗର ତରଙ୍ଗ ରେ ହିଲ୍ଲୋଳିତ

ମନ୍ଦ୍ର ମଧୁର ଧ୍ୱନି ର ପୁଲକ ,

 

ନିର୍ମଳ ଆକାଶ ରେ ବାଦଲ ର

ଚିତ୍ରିତ ବର୍ଣ୍ଣାଳି

ଯୁଥ ଯୁଥ ସୁମନ ସମ୍ଭାର ରେ

ପ୍ରକୃତି ର ଅଗଣା ସୁଶୋଭିତ

ଚପଳଛନ୍ଦା ଋତୁରାଣୀ !

ତୁମ ପାଉଁଜି ର ଛମ ଛମ ତାଳେ ତାଳେ

ଯୁବତୀ କଣ୍ଠ ରେ ପୁରବୀ ର ଛନ୍ଦ

ମୋହି ନିଏ ବିଧୁର ପ୍ରାଣ ର

ପୁଞ୍ଜିଭୁତ ଅୟୁତ ଯୁଗ ର ଯନ୍ତ୍ରଣା,

 

ଋତୁରାଣୀ! ତୁମ ଆଗମନେ

ପାର୍ବଣ ର ନହବତ ମନ୍ଦ୍ରିତ ଚଉଦିଗେ

ମା’ ଙ୍କର ଆବାହନେ ବେଶ ଉଲ୍ଲସିତ

କୋଟି କୋଟି ସ୍ପନ୍ଦନୀତ ପ୍ରାଣ

ଅନ୍ୟାୟ ଅନୀତି ର ପଶା ପାଲିରେ

ଗଡୁଥିବା ଅହଂକାର ଗୋଟି ସବୁ

ଧୂଳିସାତ ହୋଇ ହରାଇବେ ସ୍ପର୍ଦ୍ଧିତ ଅସ୍ତିତ୍ବ

ଶୁଭ ଶଙ୍ଖେ ନିନାଦିତ ହେବ

ସସା ଗରା ଧରା ର କୋଣ ଅନୁକୋଣ

ମଥା ନଇଁ ଯାଇ ଥିବା ବିଶ୍ୱାସ ସବୁ

ମୁଣ୍ଡ ଟେକି ଗାଉଥିବେ

ତ୍ରାହି ମାଂ ଜଗଦମ୍ବେ,ତ୍ରାହିମାଂ ଜଗଦମ୍ବେ,

🌺🌷🌹🍁🥀🌸💐🌻

        ପ୍ରତାପ କିଶୋର ରାଉତ

Loading

Leave a Reply

Your email address will not be published. Required fields are marked *