ଆମେ ସ୍ଵାଧୀନ!
କଣ ଆମେ ଆଜି ସତରେ ସ୍ଵାଧୀନ
ଯାହା ଅର୍ଥ ସ୍ଵ-ଅଧିନ
ନା ସ୍ଵାଧୀନତାର ଖୋଳପାରେ
ପରାଧୀନର ଜୀବନ !
ଶାସନ ନାମରେ ଶୋଷଣ ଚାଲିଛି
ପାଟି କଲେ ମିଳେ ଦଣ୍ଡ
ଗଣତନ୍ତ୍ର ନାମେ ଜଣ ତନ୍ତ୍ର ଏଠି
ଭାବିଲେ ବୁଲାଏ ମୁଣ୍ଡ !
ହଜାର ହଜାର ଦାଦନ ଖଟନ୍ତି
ଛାଡି ନିଜ ମାଟି ଘର
ଦୁର୍ଦିନରେ କେହି ସାଥେ ନରୁହନ୍ତି
ହୁଅନ୍ତି ସେ ସାତପର !
ସ୍ଵଳ୍ପ ପଇସାରେ ଯୁବକ ଖଟନ୍ତି
ପେଟକୁ ନପାଏ ଦାନା
ଘର ପରିବାର କଥା ବୁଝୁ ବୁଝୁ
କିଣିବାକୁ ନାହିଁ କନା !
ଇରେଂଜ କବଳୁ ମୁକୁଳିଲା ଦେଶ
ରହିଲା ଭାରତ ଟେକ
ପରାଧୀନତାର ମାନସିକତାକୁ
ଭୁଲିଲେନି କିଛି ଲୋକ !
ନିଜ ଗୋଡେ ନିଜେ ଚାଲିବା ଶିଖିଲେ
ଲୋଡିବାନି ଦୟା ଭିକ !
ପ୍ରକୃତ ସ୍ଵାଧୀନ ହୋଇବା ସେଦିନ
ଆତ୍ମନିର୍ଭରତା ଶିଖ !
————————————–
ଭାଣପୁର
ପୁରୀ
9338788281
Mail.id – [email protected]
Hi it’s me, I am also visiting this site on a regular basis, this website is
actually nice and the users are genuinely sharing good thoughts.