ସବୁ ପାଇଲା ପରେ
***************
ସବୁ ଶିଖିଲା,ଜାଣିଲା ଓ
ପାଇଲା ପରେ ବି
ଆହୁରି କଣ ବାକିରହିଲା ଯେ -??
ତୁମେ ଅସହଣୀ ଭବିଷ୍ୟତରେ
ଠିଆହୋଇ
ବିତୃଷ୍ଣl ଆକାଶ ଆଡେ ଅନାଇ
ଖାଲି ଅନ୍ୟମନସ୍କତାକୁ ଆବୋରି
ନିଜକୁ ଶେଷ କରିବାର
ଦୁର୍ବାର ଇଛାପୋଷଣ କରୁଛ,
ଆଉ ସମସ୍ତଙ୍କୁ ଅବିଶ୍ୱାସର
ଜାଲରେ ଛନ୍ଦି
ମାୟାମୟ କଳ୍ପନାରେ ଭାସୁଛ !
ସମୟ ତ ସରିସରି ଯିବ
ପବନ ବି ବହି ବହି ଯିବ ତା ବାଟରେ
ତୁମର ଆୟୁଷ ବି
ଧୀରେ ଧୀରେ ଆଗେଇବ
କିନ୍ତୁ ପଛେଇ ପଛେଇ
ଯାଉଥିବ ତୁମ ତମାମ ଜୀବନ ll
ଏ ସ୍ଵପ୍ଣମୟ ସବୁଜ ପୃଥିବୀ,
ନୀଳ ଶୂନ୍ୟ ଆକାଶ,
ଆଖିପାଉନଥିବା ନୀଳ ସମୁଦ୍ର,
ନାଲ ମାଛ, ତ୍ରିତଳ ପ୍ରାସାଦ
ସବୁତ ପାଇଛ
ତଥାପି କଣ ବାକିରହିଲା ଯ –
ତୁମେଏତେ ପାଇବାର
ଇଛା କରୁଛ ??
ବୋଧେ,
ଆହୁରି ଲୋଭ, ମୋହ, ମାୟା
ଆହୁରି ଶେଷହୀନ ଚାଲିବା
ଆହୁରି ଦିନ ଆଲୁଅରେ
କୁଆଁ ତାରା ଦେଖିବା !!
ହଁ, ଚାଲିବାରେ
କଣ ଶେଷ ଥାଏ —–??
ସବୁତ ପାଇଛ, ସବୁତ ଶିଖିଲ
ଶିକ୍ଷା ପାଇ ଏତେ ବାଟ ଆସିଲ
ସ୍ବପ୍ନ ସବୁ ପୂରଣ ପରେ ବି
କୁଆଡୁ ଆସୁଛି ଯେ —
ପୁଳା ପୁଳା ସ୍ବପ୍ନ ??
ଏ ସ୍ବପ୍ନ ବୋଧେ ସେ ସ୍ବପ୍ନ ନୁହେଁ ??
ଯେଉଁସ୍ୱପ୍ନ
ଏ ସମାଜ ପାଇଁ,
ମଣିଷ ପାଇଁ,
ଦେଶ ଓ ଜାତି ପାଇଁ
ବୋଧେ ସେ ସ୍ବପ୍ନ ନୁହେଁ ??
ତୁମେ
କେବଳ ନିଜ ପାଇଁ ଦେଖୁଛ ସ୍ବପ୍ନ,
ଅସୁମାରି ସ୍ବପ୍ନ
ବୋଧେ ସେଇଥି ପାଇଁ
ତୁମ ସ୍ବପ୍ନ ସରେନି—–!!
କିମିତି ଦେଖ,
ଜୀବନ ଆହୁରି ଆହୁରି ହୁଏ
ଭୋଗବାଦୀ, ମାୟାବାଦୀ ଓ ସ୍ୱାର୍ଥବାଦୀ
ଜୀବନ ଆହୁରି ହୁଏ
ଦୁର୍ବିସହ, ଜଞ୍ଜାଳମୟ, ଯନ୍ତ୍ରଣାସିକ୍ତ ll
ସବୁତ ପାଇଲ, ଶିଖିଲ
ଉପଭୋଗ କଲ
ତା ପରେ
କଣ ବାକି ରହିଲା ଯେ -??
ଜୀବନ, ସବୁବେଳେ ମରୀଚିକା ପଛରେ ଧାଇଁଛି
ବୋଧେ, ଜୀବନ ପାଲଟିଯାଇଛି ପତଂଗ
ଲୋଭ ଆଲୁଅରେ ଝାସ ଦେବାକୁ !!
ନଳିନୀ କାନ୍ତ ପାଢୀ
9777514576
368 total views, 1 views today