।।।ମାଁ।।।
ମାଁ ଗୋଟିଏ ଅକ୍ଷରରେ
ନାମଟି ତୋର ।
ସେହି ଗୋଟିଏ ଅକ୍ଷରରେ
ଯୋଡ଼ି ରହିଥାଏ ସଂପର୍କ ର ଡୋର ।
ଦଶମାସ ଦଶଦିନ ଗର୍ଭରେ ଧାରଣ କରି
ଏ ଧରା ପୃଷ୍ଠରେ ଜନମ
ଦେଲୁ ତୁହିଁ ମୋତେ।
ଛାତି ଚିରି ମୋତେ କ୍ଷୀର ପିଆଇଲୁ
ପୁଣି,
ହାତ ଧରି ମୋତେ ଚାଲି
ଶିଖାଇଲୁ ।।
ତୋ ପଣତ କାନି ରେ
ଘୋଡ଼ାଇ ରଖିଥିବୁ ମୋତେ ।।
ଏତିକି କରୁଛି ଦଣ୍ଡବତ
ତୋର ଅଜ୍ଞାନ ପୁତ୍ର।।।।
ଚନ୍ଦନ କୁମାର ମିଶ୍ର
ସୁବର୍ଣ୍ଣପୁର, ଓଡ଼ିଶା