##### ମାଟି ମାଁ ####
ଯେଉଁ ମାଟିରେ ଜନମ ହୋଇଛି
ସେଇ ମାଟିର ରାଣ
ଦିନେ ହେଲେ ନିଶ୍ଚେ ମରିବି ପଛେ
ଗାଇବି ତାର ଗୁଣ l
ଏଇ ମାଟିର ପାଣି ପବନ
ଲାଗେ ସବୁ ସୁନ୍ଦର
ନାଚି ଡେଇଁ ଖେଳ ଖେଳେ ମୁଁ
ବକ୍ଷରେ ଥୋଇ ଶିର l
ତାହାରି ଫୁଲ ଫଳ ତାହାରି ବଣ
ସବୁକିଛି ତାହାର
ମାଟି ନୁହେଁ ସେ ପଥର ନୁହେଁ
ମାଁ ଅଟେ ଆମର l
ମାଟି ମାଁ ର ବିଶାଳ ହୃଦୟ
ସରଗଠୁ ବି ବଡ
ସର୍ବଂସହା ପରି ସହି ଆସୁଅଛି
ଆମର ସବୁ ମାଡ l
ଆମେ ଭେଦ ଭାବ ଅହଂକାର ପରି
ଦୁର୍ଗୁଣକୁ ଛାଣି
ସତ୍ୟ ଶାନ୍ତି ଦୟା କ୍ଷମାକୁ
କରିବା ମନର ରାଣୀ l
ଏ ସବୁ କଥା ଛବିଟି ପରି
ଆଖି ଆଗେ ଝୁଲୁଅଛି
ଇଚ୍ଛା ହେଉଛି ମାଟି ମାଁ ର
ଦୁଃଖ ଦିଅନ୍ତେ ପୋଛି l
ଏଇ ପବିତ୍ର ଭାରତ ଭୂଇଁରେ
ଜନମ ହୋଇଛି ମୁହିଁ
ମାତୃଭୂମିର ରକ୍ଷା ପାଇଁ ହଁସି
ଜୀବନ ଦେବି ମୁହିଁ l
ଛୋଟ ଝିଅ ମୁଁ କହୁଛି ସତ
ସର୍ବଂସହା ଗୁଣ ଭରି
ରଖିବି ମାନ ସମ୍ମାନ ମାଟିର
ମାଆ ବାପାଙ୍କ ପରି
ନାମ – ଡିଲେଶ୍ୱରୀ ମେହର
ଠିକଣା – ବିଜେପୁର, ବରଗଡ଼
The clothes did not fade or deform after being washed. It was good