April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ମୋ ଭାଷା ଓଡ଼ିଆ ଭାରି ସେ ବଢ଼ିଆ — ପ୍ରଶାନ୍ତ କୁମାର ଶତପଥୀ

🙏ମୋ ଭାଷା ଓଡ଼ିଆ ଭାରି ସେ ବଢ଼ିଆ🙏

ମୋ ଭାଷା ଓଡ଼ିଆ ଭାରି ସେ ବଢ଼ିଆ
ସୁନ୍ଦର ଓଡ଼ିଶା ଭୂଇଁ,
ମହୋଦଧି କୂଳେ ନୀଳ କନ୍ଦରରେ
ଦେଖନ୍ତି ଜଗତ ସାଇଁ l
ଦେଶ ସ୍ୱାଧିନର ବହୁତ ପୂର୍ବରୁ
ଓଡ଼ିଆ ମାନଙ୍କୁ ନେଇ,
ଭାଷା ଆନ୍ଦୋଳନ ଆରମ୍ଭ ହୋଇଲା
ସ୍ୱତନ୍ତ୍ର ଉତ୍କଳ ପାଇଁ l
ବରପୁତ୍ର ଗଣ ଏକକୁ ଆରେକ
ରଥି ମହାରଥୀ ହୋଇ,
ଆନ୍ଦୋଳନ ଯୁଦ୍ଧେ ସାରଥୀ ହୋଇଲେ
ଘାତ ପ୍ରତିଘାତ ପାଇ l
ଜାତି ପ୍ରେମ ବହ୍ନି ଭରି ଦେଇଥିଲେ
ପ୍ରତିଟି ଓଡ଼ିଆ କାନେ ,
କୁଳବୃଦ୍ଧ ସେହି ପ୍ରିୟ ମଧୁବାବୁ
ରହନ୍ତି ସଭିଙ୍କ ମନେ l
ଉତ୍କଳର ହିତ ଅଟେ ନିଜ ହିତ
ରାଧାନାଥ ରାୟ ବାଣୀ,
ହୋଇ ଏକ ଚିତ୍ତ ଛାଡ଼ି ସବୁ ଭୀତ
ଦେଖାଏ ଓଡ଼ିଆ ଠାଣି l
ଜାଗ ହେ ସରବେ ଉତ୍କଳ ସନ୍ତାନ
ଭକ୍ତକବି କହିଥିଲେ,
କୋଟି ଓଡ଼ିଆଙ୍କ ଓଡ଼ିଆ ପ୍ରୀତିକୁ
ନିଜେ ସେହି ମୋହିଥିଲେ l
ଉତ୍କଳ ଜନନୀ ଅଛନ୍ତି ସେ ଚାହଁ
ଲୋକହିତ କାର୍ଯ୍ୟ ପାଇଁ,
ବ୍ୟାସକବି ଆମ କହିଯାଇଥିଲେ
ପଛଘୁଞ୍ଚା ଦେବନାହିଁ l
କର୍ମବୀର ସେହି କର୍ମ କରିଥିଲେ
ରୁଦ୍ଧିମନ୍ତ ହେଲା ଭାଷା,
ଗଉରୀ ଶଙ୍କର ଆଗକୁ ଆସିଲେ
ଦେଇଗଲେ ନୂଆ ଆଶା l
ମାତୃଭୂମି ପ୍ରତି ମମତାର ଭାବ
ପ୍ରତି ହୃଦୟରେ ଦେଇ ,
ସ୍ଵଭାଵ କବିସେ ମେହର ଆମର
ଉପାଧିକୁ ଥିଲେ ପାଇ l
ଉତ୍କଳ ଆକାଶେ ନବ ଯଶ ରବି
ରଖିଥିଲେ ଗୋପବନ୍ଧୁ,
ସେବା ମନୋବୃତି ଭାଷା ସାହିତ୍ୟର
ଅଟନ୍ତି ଅଗାଧ ସିନ୍ଧୁ l
ଖଲିକୋଟ ରାଜା ହରିହର ସେହି
ମର୍ଦ୍ଧରାଜ ନାମେ ଖ୍ୟାତ,
ଓଡ଼ିଆ ଭାଷାର ବିକାଶ ନିମନ୍ତେ
ସବୁଠି ହେଲେ ବିଖ୍ୟାତ l
ରାମଚନ୍ଦ୍ର ଦେବ ମୟୁରଭଞ୍ଜରୁ
ଅଣ୍ଟାଭିଡ଼ି ଠିଆ ହେଲେ,
ପାଖା ପାଖି ଥିବା ଓଡ଼ିଆ ମାନଙ୍କୁ
ଏକାଠି ସେ କରିଥିଲେ l
କୃଷ୍ଣଚନ୍ଦ୍ର ସେହି ଗଜପତି ଆମ
ପାରଳାର ମହାରାଜା,
ଓଡ଼ିଶାର ଟେକ ବିଦେଶେ ରଖିଲେ
ମନେରଖେ ଆଜି ପ୍ରଜା l
ଓଡ଼ିଆ ଭାଷାର ବିଜୟ ହୋଇଲା
ପାଇଲା ଶାସ୍ତ୍ରୀୟ ମାନ,
ସୁରକ୍ଷାଟି ଦେବା ଭାଷାକୁ ଆମର
ଉଚ୍ଚ କରିବା ତା ସ୍ଥାନ l
ମାମି ଡ଼ାଡ଼ି ଆଣ୍ଟି ବିଲାତି ଇଂରାଜୀ
ଡ଼ାକ ସବୁ ଛାଡ଼ିଦେବା,
ବାପା ବଉ ପରି ପବିତ୍ର ଡାକରେ
ସଂସ୍କୃତିକୁ ରଖିଥିବା l
ଓଡ଼ିଆ ସ୍କୁଲକୁ ପ୍ରାଧାନ୍ୟଟି ଦେବା
ସ୍ୱାଭିମାନ ଭିତ୍ତିକରି,
ଓଡ଼ିଆ ଭାଷାର ଗୌରବ ଗାରିମା
ଅବଶ୍ୟ ଆସିବ ଫେରି l

ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
ଜିଲ୍ଲା :ଗଞ୍ଜାମ (ଓଡ଼ିଶା)

Loading

3 thoughts on “ମୋ ଭାଷା ଓଡ଼ିଆ ଭାରି ସେ ବଢ଼ିଆ — ପ୍ରଶାନ୍ତ କୁମାର ଶତପଥୀ

  1. The watch is very delicate. The sports strap is very comfortable to wear. Huawei also gave gifts. Attentively. There are many dials that can be switched, heart rate and sleep detection are very practical, and the new ski sport mode is very much looking forward to. Information prompt is very convenient.

  2. I know this if off topic but I’m looking into starting my own blog and was wondering what all is needed to get set up?
    I’m assuming having a blog like yours would cost a pretty penny?
    I’m not very web smart so I’m not 100% sure. Any suggestions
    or advice would be greatly appreciated. Cheers

Leave a Reply to 77up Cancel reply

Your email address will not be published. Required fields are marked *