ଶୀତର ଗୀତ
ନଳିନୀ ପ୍ରଭା ମିଶ୍ର
***************
ଶୀତ ପଲ୍ଲୀ ମାଳେ ସୋରିଷ ଫୁଲର
ଆଉଟା ସୁନାର ଛଟା
ଶୀତ ବାରି ଦେହେ ରଞ୍ଜାରେ
ରଞ୍ଜାରେ ଶିମ୍ବ ର ଲୋଟଣି ଲଟା।
ଶୀତ ଡାଲିଆର ଲନ୍ ଭର୍ତ୍ତି ଶୋଭା
ପରଜାପତି ର ଠାଣି
ଶୀତ ଛନ ଛନ କବିର ମନରେ
ଭାବୁକ ତା ଦିଏ ଆଣି।
ଶୀତ ନୂଆଁ ଣିଆ ଚାଳ କୁଡ଼ିଆରେ
ଉହ୍ମେଇ ନିଆଁ ର ସାଙ୍ଗ
ଶୀତ ନୂଆଁ ବୋହୂ ଗାଧୁଆ ତୁଠ ରେ
ହଳଦୀ ମଖାର ରଙ୍ଗ।
ଶୀତ ନୀଶିଥର ବିସ୍ତୃତ ପ୍ରହର
ଦୀର୍ଘ ଆୟୁଷ ରାତି
ଶୀତ ପ୍ରଣୟୀର ବିରହୀ ମନର
ରେଜେଇ ତଳର ତାତି।
ଶୀତ କୁଆଁ ରୀର ପ୍ରଥମ ପ୍ରେମର
ଆଦ୍ୟ ଅକ୍ଷର ଲେଖା
ଶୀତ ପ ଉଷ ର ପାହାନ୍ତି କାକର
ଶିଶିର ବିନ୍ଦୁର ଟୋପା।
ଶୀତ ଗଛ ଡାଳେ ବିଵସନା ରୂପ
କୃଷକର ବଡ଼ ମିତ
ଶୀତ ଏକାକିନୀ କୃଷକ କାମିନୀ
ଧାନ କଟା ବେଳ ଗୀତ।
ଶୀତ ନୂଆଁ ବର୍ଷ ନବୀନ ଉତ୍ସାହ
ନୂତନ ଶପଥ ମାନ
ଶୀତ ବନ୍ଧୁ ପାଇଁ ଶୁଭେଚ୍ଛା ର ବାର୍ତ୍ତା
ଅଭିନନ୍ଦନ ଜ୍ଞାପନ।
ଶୀତ ଗୋଧୂଳି ର କୁହେଳୀ ମୂହୁର୍ତ୍ତ
ବ୍ୟଗ୍ର ବାହୁଡା଼ ବେଳ
ଶୀତ ମନ୍ଦିରର ସଞ୍ଜ ଆଳତୀ
ପୂଣ୍ୟ ସାୟମ୍ କାଳ।
ଶୀତ ବସନ୍ତର ଆବାହକ ଋତୁ
ଆଗମ ପରଶ ଛୁଆଁ
ଶୀତ ମଳୟର ପ୍ରଥମ ପରଶ
ସବୁ ଲାଗେ ନୂଆଁ ନୂଆଁ।
ଶୀତ ସର୍ଜନା ର ପରିବର୍ତ୍ତ ରୂପ
ଷଡ ମଧ୍ୟେ ଏକ ଋତୁ
ସବୁରି ମାନସେ ହରଷ ଆଣ ଇ
ତା’ର ପ୍ରାଚୁର୍ଯ୍ୟତା ହେତୁ।
***†***************
Figure out how to depend the cards thoroughly which definitely enables you to
learn how to get blackjack.