May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ସାଗର କହେ – ସୀମାଞ୍ଚଳ ପଣ୍ଡା*

***** *ସାଗର କହେ* ******

            ***********

                            ସୀମାଞ୍ଚଳ ପଣ୍ଡା

                            ***********

ସାଗର    ବୋଲଇ    ସସାଗରା ମହୀ

ଦିଏମୁଁ ଯୋଗାଇ ମୋଦେହ ଜଳ,

ସୂର୍ଯ୍ୟ ନିଏ   ଶୋଷି   ମେଘରୁ  ବରଷି

ପାଉଛି   ଜଗତ   ସ୍ୱଚ୍ଛ ସଲୀଳ।

 

ବାଷ୍ପ ଉଠେ  ନଭେ  ଶୀତଳ  ପ୍ରଭାବେ

ସରଜଇ  ମେଘ  ବରଷେ  ପାଣି,

ନଦ   ନଦୀ   ଝର    ବନ୍ଧ   ହ୍ରଦ  ସର

କୂପ    ପୁଷ୍କରିଣୀ    ଭରଇ ପୁଣି,

ଜଳ  ପାଇଁ    ସିନା    ହୁଏ   ସମ୍ଭାବନା

ବଞ୍ଚଇ    ଜୀବନ   ଧରଣୀ  ତଳ,

ସାଗର     ବୋଲଇ   ସସାଗରା  ମହୀ

ଦିଏମୁଁ ଯୋଗାଇ ମୋଦେହଜଳ।

 

ସକଳ     ସମ୍ପଦ     ରଖେ    ମହଜୁଦ

ଜଗତ   ଜୀବନ   ଦିଏ   ବଞ୍ଚାଇ,

ଯେତେକ     ଲବଣ     ରତନ  ପୂରଣ

ଜଳଜୀବ  ବଞ୍ଚେ   ଭରସା  ଥାଇ,

ମୋ ଲାଗି    ବରଷା   ପବନ   ପରଶା

ଆହାର    ଅମୃତ  ଜୀବ   ସକଳ,

ସୂର୍ଯ୍ୟ ନିଏ ଶୋଷି   ମେଘରୁ  ବରଷି

ପାଉଛି   ଜଗତ   ସ୍ୱଚ୍ଛ  ସଲୀଳ।

 

ସଂସାର   ହିତରେ  ମୋତେ ସୁବିଚାରେ

ସରଜି  ଦେଇଛି   ସଂସାର  ସାଇଁ,

ନିୟମ     ମାନିଛି    କୂଳ    ନ ଡେଇଁଛି

ସତ୍ୟ  ଉଲଙ୍ଘନ  ଶକତି  କାହିଁ !

********************

 260 total views,  1 views today

Leave a Reply

Your email address will not be published. Required fields are marked *