February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ପ୍ରାଣର ପ୍ରାର୍ଥନା – ସୁଜାତା ରାଉତ*

           ପ୍ରାଣର ପ୍ରାର୍ଥନା

🙏🏻🙏🏻🙏🏻🙏🏻🙏🏻🙏🏻

ଆସିଥିଲି ଯିବି ଦିନେ ଅତିଥି ମୁଁ ପରା

ଥିଲା,ଥିବ ଚିରକାଳ ଏସୁନ୍ଦର ଧରା।

ଯେତେଯାହା ଅରଜିଲି କିଛିନେବି ନାହିଁ

ତେବେକିଆଁ ଏତେଲୋଭ କରେ କାହିଁପାଇଁ ?

ଅମୃତ ଜୀବନ ଇଏ କରେ ବିଷମୟ

ଆସକ୍ତି ଓ କାମନା ମନେଭରେଭୟ।

କେହିନୁହଁ ମୋରଏଠି ମୁଁନୁହେଁ କାହାର

ମୋହଗ୍ରସ୍ତ ହୋଇକହେ ସବୁ ଆପଣାର ।

ଧନ,ଦାରା,ସୁତ,ବନ୍ଧୁ,ସଖା ସହୋଦର

ମିଛସବୁସତ୍ୟଏକା ପ୍ରଭୁ ଦାମୋଦର।

ମାଟିରେ ମଣିଷ ମୁହିଁ ମାଟିହେବି ଦିନେ

ତଥାପି କରୁଛି ଲୋଭ ପ୍ରଭୁ ଏ ଜୀବନେ ।

କିଛି ନେବିନାହିଁ ଏଠୁ ଖାଲିହାତେ ଯିବି

ଏହିସତ୍ୟ ବୁଝିବାକୁ ଯୋଗ୍ୟତା ମୋ ନାହିଁ ।

ଦିଅ ସଦ୍ ଜ୍ଞାନ ପ୍ରଭୁ କରୁଣା ବରଷି

ଅଜ୍ଞାନ ଅନ୍ଧାରହଟୁ ଉଇଁ ଜ୍ଞାନଶଶି ।

ଅନ୍ୟକୁ ଯନ୍ତ୍ରଣା ଅବା ଦୁଃଖ ଦେବା ପାପ

ଶେଷସମୟରେ ଖାଲି ଥାଏ ଅନୁତାପ ।

ଯାହାକରୁଅଛି ପ୍ରଭୁ ତୁମେଏକା ଜାଣ

ଚନ୍ଦ୍ର,ସୂର୍ଯ୍ୟପରା ଅଟେ ତୁମରି ନୟନ।

ଚେତନା ଉଦୟହେଉ ଏଇଜୀବନ ରେ

ମନ୍ଦବୁଦ୍ଧି ଦୁରେଯାଉ ତୁମସୁଦୟା ରେ।

ଧନ୍ୟ ହେଉ ଏ ଜୀବନ ତୁମ ଚିନ୍ତନ ରେ

ଦୁଃଖୀ, ରଙ୍କିଠାରେ ଦୟା ଥାଉ ମୋ ମନରେ

ଅତ୍ୟଧିକ ଲୋଭ, କ୍ରୋଧ କାମନା ବାସନା

ମନରୁମୋ ତୁଟିଯାଉ ଘେନମୋ ପ୍ରାର୍ଥନା ।।

•••••••••••••••••••••

ସୁଜାତା ରାଉତ

 628 total views,  2 views today

Leave a Reply

Your email address will not be published. Required fields are marked *