ଚିରିଗଲା ଚିଠି
ଅସୁମାରୀ ସ୍ମୃତିର ଖଇ ଫୁଟା ଶବ୍ଦ
କାଳିର ରଙ୍ଗ କୁହୁକରେ
ଉବୁଟୁବୁ ହୋଇ ପ୍ରତୀୟମାନ ହେଉଥିଲା
ମିଠା ମିଠା ଉଛ୍ୱାସ ମଧୁ ଭରା ଭାବନା
ପୃଷ୍ଠା ପରେ ପୃଷ୍ଠା ହିଲ୍ହୋଳିତ
ଅତୁଟ ବିଶ୍ୱାସ ନିଶ୍ୱାସର ଗାଥା
ଅପୂର୍ବ ସମ୍ପର୍କରେ ଭରା ଚିଠିର କୋଣାର୍କ
ଆଜିବି ସ୍ମରଣରେ ସଂଚାରିତ
ସେଇ ଅଭିଲେଖା ଗୁଡିକ
ସୂକ୍ଷ୍ମ ମନକଥା ଅତୃପ୍ତ ଦୀର୍ଘଶ୍ଵାସ
ଭରିଥିଲା ତୁର୍ଯ୍ୟ ଶପଥରେ
ଉଲ୍ଲସିତ ଚିତ୍ରକଳ୍ପେ ଅନେକ ଆଶା
ଅନେକ ଚୁକ୍ତିର ଛିଟା ଛିଟା ସମ୍ଭାର
ଏବେ ତୁ ସ୍ମୃତିର ସାୟରୀ
କାରଣ ???
ଚିରିଦେଲି ସେହି ଛଳନାର ଇସ୍ତହାରକୁ
ସ୍ୱାର୍ଥ ପ୍ରେମ ପ୍ରତାରଣାର ସେଇ ଶେଷ ଅନ୍ତାକ୍ଷରୀ
ଚିରିଗଲା ଚିଠି….
ଚିରଦିନ ଧରି ବାନ୍ଧି ରଖିବାର ପ୍ରଚେଷ୍ଟା
ଲିଭି ଯାଇଛି ନାଲି ଅବିରର ମୂର୍ଜରେ
ମନବିପାଣୀ ଟା ଗୁମ ସୁମ
ହୃଦ-ନିକେତନରେ ନାହିଁ ଅବଶୋଷ
ଝରା ଫୁଲପରି ଝରିବା ପୂର୍ବରୁ
ହଁ କ୍ଷତାକ୍ତ ଶରୀରକୁ ମିଳିଛି ଶତ ଉନ୍ମାଦନା
ଶିହରଣ ଛାତିକୁ ପୁଣି ନିନାଦିତ କରୁଛି କିଏ ?
ସ୍ବପ୍ନ ଫୁଲମାଳ ନେଇ…
ଅଜସ୍ର ବାସ୍ନାରେ କରୁଛି ସମ୍ମୋହନ
ଭଗ୍ନ ମନର ବୀରହିଣୀକୁ ସାଉଁଟି
ଭରିଦେଇଛି ଅଦିନ ପ୍ରେମର ସପ୍ତ ସୁର
ମୋ ଓଠର ଶବ୍ଦ ସବୁ ବନ୍ୟାଫୁଲ ପରି
ମହଜୁଛି ତୁମ ଚୁମ୍ବନ ଦାଗରେ
ଉମରକୋଟ,ନବରଙ୍ଗପୁର
426 total views, 1 views today