*ପାରିବାରିକ କଳହ*
****************
ସୀମାଞ୍ଚଳ ପଣ୍ଡା
***********
ପରିଵାର ଜନ ଭିନ୍ନ ହେଲେ ମନ
ଉପୁଜେ କଳହ ହରାଏ ମାନ,
ହୁଅଇ ଅଚଳ ଭାଙ୍ଗେ ମନୋଵଳ
ଏକତ୍ର ଚଳନ ହୁଏ ଵିପନ୍ନ।
କଥାରେ କଥାରେ କଳି ଅଯଥାରେ
ପରିଜନମଧ୍ୟେ କରେ ରାଜୁତି,
ଶୁଭେ କୋଳାହଳ ସର୍ଵଦା କନ୍ଦଳ
ହଜିଯାଏ ପ୍ରେମ ବଢ଼େଅଶାନ୍ତି,
ସ୍ନେହ ସରାଗର ଶାନ୍ତି ସରୋଵର
ଵିମଳ ଶରୀର ପଡ଼େ ମଳିନ,
ପରିଵାର ଜନ ଭିନ୍ନ ହେଲେ ମନ
ଉପୁଜେ କଳହ ହରାଏ ମାନ।
ସ୍ନେହ ପରସ୍ପର ମଧ୍ୟେ ନିରନ୍ତର
ସରଗ ଭାଵନା ସଵୁରି ମନେ,
ରହିଥାଏ ଯେଵେ କାହିଁ ଯାଏ ଏଵେ
ଵଇକୁଣ୍ଠପରି ଥିଲା ସେଦିନେ।
ହଜିଲା ଆନନ୍ଦ ବଢ଼ି ଗଲା ଭେଦ
ଅନ୍ତର ଵିଷନ୍ନ କରେ ଅଥୟ,
ବିଶ୍ୱାସ ଅଭାଵ ନିମନ୍ତେ ସ୍ୱଭାଵ
ହୁଅନ୍ତେ ଵିଷମ ଭାଵ ଉଦୟ,
ଯୌଥ ପରିଵାର ଭାଇ ହେଲା ଦୂର
କ୍ଷୁଦ୍ରେମାତାପିତା ହେଲେଵର୍ଜନ,
ହୁଅଇ ଅଚଳ ଭାଙ୍ଗେ ମନୋଵଳ
ଏକତ୍ର ଚଳନ ହୁଏ ଵିପନ୍ନ।
ଶାନ୍ତି ସରୋଵରେ ଶାନ୍ତି ପରିହରେ
ଅଶାନ୍ତି ଅରାତି କରେ ଅଥୟ,
ସୁନ୍ଦର ସଂସାର ହୁଏ ନାରଖାର
ସୁଖ ଶରଧାର ହୁଏ ଵିଲୟ।
********************
ସୀମାଞ୍ଚଳ ପଣ୍ଡା
128 total views, 1 views today
Hi, I read your new stuff daily. Your story-telling style is witty, keep doing what you’re doing!
Paragraph writing is also a excitement, if you be acquainted with afterward youcan write otherwise it is complex to write.
Awesome article.Also visit my blog: dosurveys4cash.co.za