** *ମୁଁ ମତଟିଏ* **
**********
ସୀମାଞ୍ଚଳ ପଣ୍ଡା
***********
‘ମତ’ ମୋର ନାମ ମତିରୁ ଜନମ
ଵିଚାର କାଳରେ ପଡ଼ଇ ଲୋଡ଼ା,
ଦାନରେ ମୋହର ହୁଅଇ ଵିଚାର
ପକ୍ଷ ଵିପକ୍ଷର ଭାଙ୍ଗେ ଝଗଡ଼ା।
ଗଣମତ ଯେଵେ ପୁଣ୍ୟପକ୍ଷ ନେଵେ
ଶେଷରେ ଧର୍ମର ହୋଇଵ ଜୟ,
ପାପେ ସନମତ ହୁଏ ଵିପରୀତ
ଅଧର୍ମେ ଵିଜୟ କରେ ଅଥୟ,
ଗଣମତେ ନେତା ହୁଅନ୍ତି ଵିଜେତା
ଶାସନେ ସଂସଦେ ଆଇନ ଗଢ଼ା,
‘ମତ’ ମୋର ନାମ ମତିରୁ ଜନମ
ଵିଚାର କାଳରେ ପଡ଼ଇ ଲୋଡ଼ା।
ଵିଚାରାଳୟରେ ମୋ ସହଯୋଗରେ
ଵିଚାର କରନ୍ତି ଵିଚାର ପତି,
ଘରେ ସମାଜରେ ସଂସ୍କାର ହିତରେ
ମୋତେଛାଡ଼ି କରିପାରେକେ’ଗତି।
ଗୃହ ଅନୁଷ୍ଠାନ ସଭା ସମ୍ମେଳନ
ସଂସଦ ଵିଧାନ ସମାଜେ ଜନ,
ମୋର ସହଯୋଗ କରି ଅନୁଭଵ
ଲୋଡ଼ନ୍ତି କରନ୍ତି ଵିଧି ଵିଧାନ,
‘ମତ’ ମୁହିଁ ସତ ଲୋଡ଼ଇ ଉନ୍ନତ
ନିରପେକ୍ଷତାର ରଥେ ମୁଁ ଘୋଡ଼ା,
ଦାନରେ ମୋହର ହୁଅଇ ଵିଚାର
ପକ୍ଷ ଵିପକ୍ଷର ଭାଙ୍ଗେ ଝଗଡ଼ା।
ମୁଁ ମତ ଟିଏ ଭାଵ ସତ ଟିଏ
ମଣିଷ ମନର ଵିଚାର କଥା,
ମୋତେନେଇସାଥେ ଚଳନ୍ତେ ଜଗତେ
ସୁଵିଚାରେ ହୁଏ ଜଗତ ଜିତା।
******************
ସୀମାଞ୍ଚଳ ପଣ୍ଡା
305 total views, 1 views today
I truly appreciate this post.Much thanks again. Really Great.
Thanks again for the blog post.Really thank you! Fantastic.
Asking questions are really good thing if you are not understanding something fully, except this article provides fastidiousunderstanding even.
Wow, great article.Really thank you! Great.
Very good blog.Really thank you! Fantastic.
Thanks again for the blog.Much thanks again. Cool.
A big thank you for your blog article.Really thank you! Really Cool.
I cannot thank you enough for the blog post.Really thank you! Awesome.
hello!,I love your writing very a lot! proportion we communicate more about your post on AOL? I need an expert in this area to unravel my problem. Maybe that is you! Looking ahead to look you.
Very informative blog.Much thanks again. Will read on…