🌺 ଫେରିଆସ ତୁମେ ମାଆ 🌺
*********
***ନଳିନୀ ପ୍ରଭା ଦେବୀ***
ଫେରିଆସ ତୁମେ ମାଆ….
ଏ ଶୁଭ ବେଳାରେ ଦୁନ୍ଦୁଭି ର ତାଳେ
ଫେରିଆସ ତୁମେ ମାଆ…….
ଦେଖି ନ୍ୟାୟ ନୀତି ନିରବୀ ଗଲ କି
ଚାହିଁଛି ଭାରତ ମାଆ……
ପୁଣ୍ୟ ହାରୁଛି ପାପ ବିରାଜୁଛି
ଲୁହ ଝରାଉଛି ମାଆ
ଫେରିଆସ ତୁମେ ମାଆ…
ଦଇତ୍ୟ ନାଶିନୀ ଗରବ ଗଞ୍ଜନି
ପାପ ବିମୋଚିନି ହିମାଳ ନନ୍ଦିନୀ
କେତେଯେ ତୁମରି ନାଁ
ଫେରିଆସ ତୁମେ ମାଆ..
ଧର୍ମ କବଚ ଅଧର୍ମ ର ଅନ୍ତ
ପୁଣ୍ୟାମୟୀ ଗୋ ମାଆ
ଫେରିଆସ ତୁମେ ମାଆ…
ତୁମେ ଆଦ୍ୟାଶକ୍ତି କୋଟିପ୍ରାଣେ ଭକ୍ତି
ସତ୍ୟ ଶାନ୍ତି ମୈତ୍ରୀ ହେଉ ଚୀର ରାତ୍ରୀ
ଆଶିଷ ଦାୟିନୀ ମାଆ
ଫେରିଆସ ତୁମେ ମାଆ…
ତୁମ ଦିବ୍ୟଜ୍ୟୋତି ପଡ଼ୁ ନୀତି ନୀତି
ହଟୁ ଆମାରାତି ଦିଅ ଭରି ଶକ୍ତି
ଆଦର୍ଶମୟୀ ଗୋ ମାଆ
ଫେରିଆସ ତୁମେ ମାଆ…
ଇର୍ଷା ଦ୍ୱେଷ ମିଛ କର ସବୁ ତୁଛ
କୋଟିଏ ଫୁଲକୁ ଗୋଟିଏ ମାଳାରେ
ବାନ୍ଧି ଦିଅ ତୁମେ ମାଆ
ଫେରିଆସ ତୁମେ ମାଆ…
ଏତିକି ମିନତୀ ଗାଏ ତବ ସ୍ତୁତି
ସଞ୍ଚରିଯାଉ ସାମ୍ୟ ଭାବ ଭକ୍ତି
କରୁଣାମୟୀ ତୁ ମାଆ
ଫେରିଆସ ତୁମେ ମାଆ…
🌺🌺🌺🌺🌺🌺🌺🌺
ନଳିନୀ ପ୍ରଭା ଦେବୀ