*ପଖାଳ କଂସାକ* (ମନୋନେଟ ଶୈଳୀ)
ଯାହାକୁ ଖାଇଲେ ଜୀର୍ଣ୍ଣ କ୍ଷମତା ବଢ଼ଇ
ଚାଷୀ ଖଟିଖିଆ ର ପ୍ରିୟ ଖାଦ୍ୟ ତ ସେହି
ଓଡ଼ିଶାରେ ଗର୍ବେ ରହିଛନ୍ତି ଯେତେ ଚାଷୀ
ବିଲମଧ୍ୟେ ତାହାର ଗୁଣ ଗାଆନ୍ତି ବସି
ଯାହା ଉପରେ ବରୁଣ କନ୍ୟାଙ୍କ ସରାଗ
ଯିଏ ଲାଗଇ ମହାପ୍ରଭୁଙ୍କ ପାଖେ ଭୋଗ।।
ଚୁନାମାଛ ଭଜାକୁ ସୁନୁସୁନିଆ ଶାଗ
ଓଲି ପିଆଜ କୁ ବଡ଼ିଚୁରା ଯାହା ସାଙ୍ଗ
ଡାଲି ତରକାରୀ କିଛି ଲୋଡ଼ା ନାହିଁ ଆଉ
ଓଡ଼ିଶା ପ୍ରିୟ ଖାଦ୍ୟ ତାର ବହୁତ ଭାଉ
ଭାଇ-ଜିଉନ୍ତିଆ ଓଷା, ଠିକ ପରଦିନ
ପରମ୍ପରାରେ ଭଉଣୀ କରିବ ଭୋଜନ।।
ସେ ଖାଦ୍ୟ ପୁଣି ଦୁଇ ପ୍ରକାରର ଟି ହେଜ
ବୁଝାଇ କହୁଛି ଶୁଣଟି ଦେଇ ମଗଜ
ଦିନରେ ଖାଇବା ସଜ ସକାଳକୁ ବାସି
ଯାହାକୁ ଖାଇଦିଅନ୍ତି ସର୍ବେ ହୋଇଣ ଖୁସି
ବାହାଘର ପରଦିନ ସକାଳର ଭୋକ
ବର ମେଣ୍ଟାଏ ଖାଇକି ପଖାଳ କଂସାକ।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଓ ସମ୍ପାଦକ , ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*
700 total views, 1 views today