ଏକ କପ କଫି
—————————
ଶୁଭୁଥିବ ସ୍ଵର କାକ କାକଳୀର
ଉଇଁ ଆସୁଥିବେ ପୂର୍ବେ ଦିବାକର
ସଦ୍ୟ ସ୍ନାତା ବୋହୁ ଅତି ତରବରେ
ଉଷ୍ଣ କଫି କପ ବଢ଼ାଇ ହାତରେ
ଶଶୁର ଆଶିଷ ନିଅନ୍ତି ଖୁସିରେ ।।
ସମୟ ପ୍ରହାର ବରଫ ଚାଦର
ଥରି ଯାଉଥାଏ ହାତ ଗୋଡ଼ ତାର
ସମର୍ପିତ ସୀମା ଜଗୁଥାଏ ବୀର
ନିରୁପାୟ କିନ୍ତୁ ନୁହେଁ ସେ ନାଚାର
କପେ କଫି ତାର ଭରେ ମନୋବଳ ।।
ଗାଁ ଶେଷ ମୁଣ୍ଡେ ସୁନ୍ଦର ଦେଉଳ
ତା ପାଖେ ଦୋକାନ ହରି ମଉସାର
ପିଲା ଟୋକା ବୁଢ଼ା ଭିଡ଼ ତା ପାଖର
କପିଏ କଫିର ଯାଦୁ ତା ହାତର
ଶାନ୍ତି ଭରିଦିଏ ପିପାସୁ ଓଠର ।।
ପ୍ରାରମ୍ଭ କଫିରୁ ବନ୍ଧୁତ୍ୱ ସୋପାନ
କଥା ଦିଆ ନିଆ ଜନ୍ମ ଜନ୍ମାନ୍ତର
ପଲ୍ଲୀ ଠାରୁ ଦିଲ୍ଲୀ କଫିର ସଉକ
ବିବ୍ରତ ସମୟେ ଲୋଡ଼ା ଏକମାତ୍ର
ସଭିଙ୍କ ତେଣୁ କଫି ପ୍ରିୟ ପାତ୍ର ।।
ପ୍ରଶାନ୍ତ କୁମାର ସେଠୀ
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
1,064 total views, 1 views today