।
ପାହାନ୍ତି ସପନ
ମିଳନ ଆମର
ପାହାନ୍ତି ସପନ।
ସତ୍ଯ ନିଶ୍ଚିତ ହୋଇବ
ହୃଦୟ କନ୍ଦରେ
ସ୍ଥାନ ଦେଇଅଛି
ହୃଦୟ ଚିରି ପଢିବ ।
ମନ ଉପବନେ
ସାଇତି ରଖିଛି
ତୁମ ଅଭୁଲା ସ୍ମୃତିକୁ
ଦେଖୁଛି ସପନ
ରାତ୍ରି ପାହାନ୍ତାରେ
ଆମ୍ଭେ ନୀଡ ରଚିବାକୁ।
କପୋତ କପୋତି
ଆମ୍ଭେ ବେନିଜନ
ବସିଥିବା ଏକାଡାଳେ
କୂଜନ ଆମର
ଭାଷି ଆସୁଥିବ
ସ୍ୱର ଦେଇ ଏକତାଳେ।
ସ୍ୱପ୍ନର ନାୟକ
ମୁଁ ତୁମ ନାୟିକା
ତନୁକୁ ଦେବି ସମର୍ପି
ବିଶାଳ ବୁକୁରେ
ମୋର ମଥା ରଖି
ଭାଷୁଥିବି ଚୁପି ଚୁପି।
ଅଙ୍କରେ ତୁମର
ଜଡାଇ ଧରିବ
ପାଇବି ତୁମ ଉଷ୍ମତା
ଆମ୍ଭର ସପନ
ପୂର୍ଣ୍ଣାଙ୍ଗ ହୋଇବ
ହେଲାଣି ଆସି ପାହାନ୍ତା।
ରଚନା -କଣ୍ଡୁରୀ ଚରଣ ନାୟକ ।ଗଙ୍ଗନଗର ପଲ୍ଲୀ, ଭୁବନେଶ୍ବର ।ଦୁରଭାଷ -6372069844।
You’re so wonderful! I don’t suppose I’ve examine just one detail similar to this right before. So wonderful to search out A different particular person that has a couple of primary feelings on this situation. Critically.. many thanks for beginning this up. This website is something that is required on the internet, another person with a few originality!