ଶୋଭାଯାତ୍ରା
“””””””””””””””””””
ଡଃ.ଉମେଶ ଚନ୍ଦ୍ର ମହାପାତ୍ର
***************
ଏ ପଟେ ଅକ୍ଷରରେ
ଲେଖି ହେଇଯାଉଛି ରାତି
ତ ସେ ପଟେ
ଆୟୁଷରୁ ଢ଼ଳି ଯାଉଛି ଗଛ
ମଝିରେ କର୍କଶ ଶବ୍ଦ କରି
ଏ ଯେଉଁ ଗଳି ଯାଉଛନ୍ତି
ବସ୍ ଟ୍ରେନ୍ ଓ ପ୍ରପାତ
ସିଏ ଆଉ କିଛି ନୁହେଁ
କାନ୍ଧ କୁ କାନ୍ଧ ମିଳାଇ ଚାଲୁଥିବା
ମୃତ୍ଯୁ ଆଉ ଭାତ ।।
**************
ଡଃ ଉମେଶ ଚନ୍ଦ୍ର ମହାପାତ୍ର