ଶରତ ଋତୁ ଓ ପ୍ରକୃତି
~~~~~~~~~~
ନରୋତ୍ତମ ପରିଡ଼ା
**************
ପୁର୍ଣିମ କିରଣ ପ୍ରାତଃ
ଉଦୟ ଭାସ୍କର ନଭେ.
ଡାହୁକ, ଦଳଖୁମ୍ପି
ମୃଦୁ ଗମନ ପତ୍ରକମଳେ.
ସ୍ଵତ କଳରବ
ଶୀତଳ ଜଳ ପୁଷ୍କରିଣୀ.
ମନ୍ଥର ଶୁଭ୍ର
ମୃଦ୍ୟୁ ମୌନ ବକ.
ମଗ୍ନ ଧ୍ୟାନେ
ମୀନ ଅନ୍ବେଷଣେ.
ସରସର ଶୀତଳ ସମିରଣ.
ଶୁଷ୍କ ରୁକ୍ଷ ଭଗ୍ନ ବୃକ୍ଷ
ଅଗ୍ରେ ମାଛରଂକା.
ମନ ପ୍ରଫୁଲୀତ
ପକ୍ଷୀ କଳରବେ.
ସବୁଜ ଉପବନେ
ପ୍ରକୁତି ସୌନ୍ଦର୍ଯ୍ୟ.
ଉତ୍ଫୁଲ ଆଲ୍ହାଦେ
କୋକିଳ କୁହୁତାନେ.
ଶ୍ୱେତ ସୁଗନ୍ଧିତ
ପୁଷ୍ପେ ମାଧୁରିତ ମଳୟ.
ସ୍ୱଳ୍ପ ନୀଳ ଅମ୍ବର,
ସ୍ୱଳ୍ପ ମଲ୍ହାର ବଳୟ.
ପ୍ରକାଶିତ ରବି
ଦୋଳାୟୀତ ବୃକ୍ଷ ତନୁ.
ବ୍ୟସ୍ତ ଇତସ୍ତତ ମଧୁପ
ମକରନ୍ଦ ଅନ୍ବେଷଣେ.
ଦୋଳିତ ପୁଷ୍ପରାଜ
ଆମନ୍ତ୍ରିତ ପରାଗ ସଙ୍ଗମେ.
ଲାଳିମା ଅମ୍ବରେ ଅସ୍ତ ଦିବାକର.
ଆଗମୀତ ସନ୍ଧ୍ୟା
ପକ୍ଷୀ ନୀଡ ଅଭିମୁଖେ.
ଘଣ୍ଟ, ଘଡ଼ିଆଳ ମୃଦଙ୍ଗ
ମୁଖରିତ ମନ୍ଦିର.
ମୌନ କାଳରାତ୍ରି
ଶୀତ ଆମନ୍ତ୍ରଣ.
ଅପ୍ରତିମ ସମ୍ଭାର
ହେ ଋତୁ ଶରତ.
ସୁସ୍ୱାଗତ ଆମନ୍ତ୍ରଣ
ଶାରଦୀୟ ପକ୍ଷେ…
************
ନରୋତ୍ତମ ପରିଡା