ମୃତ୍ୟୁ
🖤🖤🖤
ହେ ମୃତ୍ୟୁ..!
ମୋର ପ୍ରିୟତମ
ଆସ ଆସ ହେ ତୁମେ
କିଆଁ କର ଏତେ ଡେରି
ତୁମ ବହଳ ଅନ୍ଧାର ଚଦର ଘେରି
ନିଅ ମୋତେ ଆବରୀ
ତୁମ କୃଷ୍ଣ ରଙ୍ଗ ବୋଳିଦିଅ
ମୋ ଦେହର ସାରା ଅଙ୍ଗେ
ତୁମ୍ଭ ବିଜୟ ଧ୍ଵନି ଖେଳିଯାଉ
କାନ୍ତାର ଗିରି ପର୍ବତ ଶୃଙ୍ଗେ
ଧରିରଖ ମୋ ମନ ମୀନ କୁ
ତୁମ ନିଷ୍ଠୁର ନାଗ ଫାସେ
ଏକାନ୍ତରରେ ଆସ ମୃତ୍ୟୁ
ଥରୁଟିଏ ଆମ୍ଭ ପାଶେ.
ଚଖାଇ ଦିଅ ଥରେ ତୁମ ଛୁଆଁର ଅଲ୍ହାଦ
ପ୍ରେରଣ କର ମୋଲାଗି ମହାକ୍ରୁର ଜଲ୍ହାଦ
ଚାହିଁ ବସିଛି ମୁଁ ପାଇବାକୁ ତୁମ ପରସ
ଛଡାଇ ନିଅ ହେ ମୃତ୍ୟୁ ମୋର ବାକି ଆୟୁଷ.
✒️ମାନସ କୁମାର ସେନାପତି,
☎️9178377061
247 total views, 1 views today