******* *ଶୁଦ୍ଧ ଭାଷା* *********
ଭାଷା ଆମ ଆଶା, ଆମରି ଭରସା
ଭାଷା ସଂସାରର ସଂଯୋଗସୂତ୍ର,
ଶୁଦ୍ଧ ଭାଷା, ଶୁଦ୍ଧ ପ୍ରକାଶ ଜିଜ୍ଞାସା
ଶ୍ରୀବୃଦ୍ଧି ସାଧନେ ହୁଅ ଜାଗ୍ରତ।
ଭାଷା ଭାବ ଶୁଦ୍ଧି, କାବ୍ୟର ସମୃଦ୍ଧି,
ସୌନ୍ଦର୍ଯ୍ୟ କାରଣ ପ୍ରୟୋଗବିଧି,
ସାରସ୍ୱତ ଭାବ ବିଦଗ୍ଧ ସ୍ବଭାବ
ବିଶୁଦ୍ଧଭାଷାର ସଂଯୋଗେ ସିଦ୍ଧି,
ଶୁଦ୍ଧ ଅର୍ଥ ପ୍ରାପ୍ତ, ବିଜ୍ଞ ଜନା ଦୃତ
ଶୁଦ୍ଧ ଭାଷ, ଶୁଦ୍ଧ ରସ ସାହିତ୍ୟ,
ଭାଷା ଆମ ଆଶା, ଆମରି ଭରସା
ଭାଷା ସଂସାରର ସଂଯୋଗସୂତ୍ର।
ମାତୃଭାଷା ଶୁଦ୍ଧ ଜୀବନ ସମୃଦ୍ଧ
ମାତୃଭୂମି ମାନ କରଇ ବୃଦ୍ଧି,
ସମ୍ପର୍କ ନିବିଡ଼ କାରଣେ ସୁଦୃଢ଼
କାବ୍ୟ କବିତାର ସମ୍ମାନ, ସିଦ୍ଧି।
ଶୁଦ୍ଧ ମନୋଭାବ କାବ୍ୟିକ ସ୍ୱଭାବ
ଶୁଦ୍ଧ ଭାଷା ବଳେ ପ୍ରକାଶ ମାତ୍ର,
ଶୁଦ୍ଧ ଭାଷା ଗୁଣ ସ୍ପଷ୍ଟ ଉଚ୍ଚାରଣ
ସୁନ୍ଦରେ ପ୍ରକାଶେ ଭାଷା ମହତ୍ୱ,
ଭୁଲ ବ୍ୟାକରଣ, ଅକ୍ଷର, ବନାନ
ଅଶୁଦ୍ଧେ ନିର୍ମାଣେ ଭାଷାର ଗାତ୍ର,
ଶୁଦ୍ଧ ଭାଷା, ଶୁଦ୍ଧ ପ୍ରକାଶ ଜିଜ୍ଞାସା
ଶ୍ରୀବୃଦ୍ଧି ସାଧନେ ହୁଅ ଜାଗ୍ରତ।
ସାହିତ୍ୟ ଜଗତ ହୁଏ ବିକଶିତ
ଶୁଦ୍ଧ ଭାଷା ଭାବ ଜୀବନ ତାର,
ହୁଏ ପୁଣି ହୀନ ଅଶୁଦ୍ଧ କାରଣ
ପଡ଼ଇ ମଳିନ ହୁଏ ଅସାର।
***************************
ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ,
ସୀମାଞ୍ଚଳ ପଣ୍ଡା
୯୫୮୩୪୩୮୧୭୪।
ସ୍ୱରଚିତ*********************
https://zithromaxbtc.com/ zithromax pill