କଳ୍ପନାର ମାନସ ପଟରେ କଳ୍ପିତା
ସେଦିନର ଶାନ୍ତିମୟ
ପ୍ରେମପୂର୍ଣ୍ଣ ପରିବେଶ l
ନିର୍ଜନ ସନ୍ଧ୍ୟାରେ
ରାସ୍ତାକଢର ଆଶ୍ରୟ ସ୍ଥଳେ
ତୁମେ ଆଉ ମୁଁ l
ତମ ଗୌରବର୍ଣ୍ଣ ଦେହସାରା
ମରକ୍ୟୁରୀର ଝାପ୍ସା ଆଲୁଅ
କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ l
କଳ୍ପିତା ମୋର କଣ ଦୋଷ ଥିଲା?
ତମେ ହିଁ ତ ପାଦରେ ନୂପୁର ବାନ୍ଧି
ପ୍ରେମର ରୁଣୁଝୁଣୁ ଶବ୍ଦକରି
ମତେ ବାନ୍ଧିଥିଲ ସୁର, ତାଳ, ଲୟରେ
ମିଳନର ବୀଣା ବଜାଇ l
ତୁମେ ଗଲାପରେ
ଭଙ୍ଗା ହୃଦୟ ଆଉ ଉଜୁଡା ମନ ନେଇ
ମୁଁ କଣ କରିଥାନ୍ତି କଳ୍ପିତା ?
ମୁଁ ନୀରବ ଦ୍ରଷ୍ଟା
ଦେଖୁଥାଏ
ତୁମ ପ୍ରେମ କରିବାର ଷ୍ଟାଇଲ
କିପରି ବଦଳୁଥାଏ
ଦିନକୁ ଦିନ ରଙ୍ଗୀନ ଜରି ପୋଷାକ ପରି l
ମୋବାଇଲ-9668881391
7 total views, 1 views today
ଚମତ୍କାର ରଚନା ଭାଇ,
Woh I enjoy your posts, saved to my bookmarks!