*ସ୍ବପ୍ନ*
***”””***
ଛୋଟ ଘର ଛୋଟ ତାର ପରିବାର
ସ୍ବପ୍ନ ସେ ଦେଖିଛି ।
ନୂଆ ଘରଟିଏ ତୋଳିବ ତେଣୁ ଦୂରଦୂରାନ୍ତରୁ କାଠି କୁଟା ସଂଗ୍ରହ ସେ କରୁଛି ।।
ଛୋଟ ଛୋଟ କାଠି କୁଟା ମିଶି
ସୁଦୃଢ କରିବେ ତା ଘରକୁ ।
ଯେଉଁଠି ରହିବେ ଦମ୍ପତି ଦ୍ବୟ
ଜନ୍ମ ଦେବେ ନୂଆ ସ୍ବପ୍ନକୁ ।।
ସ୍ବପ୍ନ ତାର ଅସୁମାରୀ
କିରଣ ଏକ ନୂଆ ଆଶାର ।
ସ୍ବପ୍ନକୁ ନେଇ ଆଶା, ଆଶା କୁ ନେଇ ଆକାଂକ୍ଷା
ଏହାତ ସତ୍ୟ ଏକ ଜୀବନର ।।
ସ୍ୱପ୍ନର ସଫଳତାର ସନ୍ଧାନରେ
କରୁଥାଏ ବସା କୁ ନିର୍ମାଣ ।
ହେଲେ ପ୍ରକୃତି କି ବା ବୁଝିବ
କାହା ସୁଖ ଅବା ଦୁଃଖର କାରଣ ।।
କେଉଁଠି ଥିଲା ଦଲକାଏ ପବନ
ବହି ଆସିଲା ।
ଯାହାର ପ୍ରଭାବ ସେ ଦେଖାଇ ଯେ ଦେଲା ।।
ହଲାଇ ଦେଲା ଗଛର ଡାଳ
ଭାଙ୍ଗିଦେଲା ଟିକି ଚଢ଼େଇର ଆଶା ।
ମୁହୂର୍ତ୍ତକେ ଭାଙ୍ଗିଗଲା ତାର ସ୍ବପ୍ନ
ଭାଙ୍ଗିଗଲା ଟିକି ଚଢେଇର ବସା ।।
*****”””””********
* ଆଶିଷ କୁମାର ମହାଳିକ*