“ତୁମେ ମୋର କୃଷ୍ନଚୂଡା”
ଦୂର ଦିଗ୍ ବଳୟରେ ହସୁଥିବା ଜହ୍ନଟିଏ ତୁମେ
ମୋ ପ୍ରେମ ପ୍ରଣୟର ମୂକସାକ୍ଷୀ।
ମୋ ପ୍ରୀତିର କୃଷ୍ନଚୁଡା।
ମୋ ପ୍ରାଣର ପ୍ରାଣ।
ମୋ ବିଦଗ୍ଧ ପ୍ରାଣର ତୁମେ ପ୍ରେମ ଫଲ୍ଗୁ।
ନାଲି କୃଷ୍ନଚୁଡା ପରି ପ୍ରତିଭାତ
ତୁମେ ମୋ ଜୀବନେ।
ତୁମ ଆଖିର ଗଭୀରତାରେ
ଉଙ୍କି ମାରନ୍ତି ମୋର ସ୍ବପ୍ନସବୁ।
ତୁମ ଓଠର ଧାରେ ଧାରେ
ପ୍ରସ୍ଫୁଟିତ ଶତ କୃଷ୍ନଚୁଡା।
ତୁମକୁ ଖୋଜିଛି ପ୍ରତି ବସନ୍ତରେ
ପ୍ରତି ନିଦାଘରେ।
ସବୁବେଳେ ତୁମେ ଆସିଛ କୃଷ୍ନଚୁଡାର
ଖୁସିର ପସରା ନେଇ।
ତୁମ ପ୍ରେମ ପରସରେ ମନ୍ତ୍ର ମୁଗ୍ଧ ମୁଁ
ବାଚାଳ ପ୍ରାୟେ ଖୋଜେ ମୁଁ ତୁମକୁ।
ନୁପରର ଛନ୍ଦେ ଛନ୍ଦେ
ଗୁଣୁ ଗୁଣୁ ସଙ୍ଗୀତରେ ତୁମେ ଆସ।
ତୁମେ ମୋ ନାଲି କୃଷ୍ନଚୁଡା
ତୁମକୁ ପାଇଛି ମୋ ଜୀବନର
ପ୍ରତିଟି ପାହାଚରେ।
ସବୁଠି ଚାଲିଛ ତୁମେ ଧୀର ମନ୍ଥର ଗତିରେ।
ଅନିନ୍ଦ୍ୟ ରୂପସୀ ତୁମେ।
ତୁମେ ମୋ ସ୍ବପ୍ନ,ତୁମେ ମୋ ପ୍ରାଣ
ବେଶ୍ ନିଆରା ଲାଗ ତୁମେ।
ସତେ ତୁମେ ମୋର କୃଷ୍ନ ଚୁଡା।୨
ଭାରତୀ ପଣ୍ଡା
371 total views, 1 views today